ଗାଁରେ ଖଟ ବୁଲାଇ ଦମ୍ପତିଙ୍କୁ ବହେ ପିଟିଲେ

ଅପି ବିନ୍ଧାଣୀ ଓ ତାଙ୍କ ପତ୍ନୀ ରଙ୍ଗାଇ ବିନ୍ଧାଣୀ ଗୁଣି ଗାରେଡି କରୁଥିବା ଗାଁ ଲୋକଙ୍କ ମନରେ ଭୟ ଭରିଥିଲା ଗୁଣିଆ। ଏହା ପରେ ଗାଁ ଲୋକେ ଅପି ଓ ରଙ୍ଗାଇଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। ଡାକରା ପାଇ ଦମ୍ପତି ସେଠାକୁ ଯାଇଥିଲେ।

Crime PhotoOR

ମେଡ଼ିକାଲ୍‌ରେ ଦମ୍ପତି

Manoranjan Sial
  • Published: Sunday, 26 May 2024
  • Updated: 26 May 2024, 05:31 PM IST

Sports

Latest News

ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଭୁଲି ଯାଇଛି ସମ୍ପର୍କର ଅର୍ଥ। ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଖଟ ବୁଲାଇ ଦମ୍ପତିଙ୍କୁ ବହେ ପିଟିଲେ। ମାଡ଼ ଏମିତି ହେଲା ଯେ ସଂଜ୍ଞାହୀନ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ କେହି ଆସିନଥିଲେ। ଶେଷରେ ପୁଲିସ୍‌ ଦମ୍ପତିଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। କନ୍ଧମାଳ ଜିଲ୍ଲାରୁ ଆସିଛି ଏପରି ଖବର।

ଗୋଛାପଡ଼ା ଥାନା ଲୋହରା ସାହିର ଲୋକମାନେ ଗତ କିଛି ଦିନ ହେଲା ଅସୁସ୍ଥ ହେଉଥିଲେ। ଡାକ୍ତରୀ ଚିକିତ୍ସା ହେଉଥିଲେ ମଧ୍ୟ ରୋଗ ଭଲ ହେଉନଥିଲା। ଯେଉଁପାଇଁ ସାହି ଲୋକେ ଗୁଣିଆ ପାଖକୁ ଯାଇଥିଲେ। କଥାବାର୍ତ୍ତା ପରେ ଗୁଣିଆ ଖଟ ବୁଲାଇବାକୁ କହିଥିଲା। ଗୁଣିଆ କଥାରେ ରାଜି ହେଲେ ଗାଁ ଲୋକ। ଗତ ୨୪ ତାରିଖରେ ଗାଁକୁ ଗୁଣିଆ ଆସିଥିଲା। ପୂଜା ପାଠ ପରେ ଗ୍ରାମରେ ଖଟ ବୁଲାଇଲା। ଖଟଟି ଯାଇ ଗାଁର ଅପି ବିନ୍ଧାଣୀଙ୍କ ଘରେ ପଶିଥିଲା।

Also Read

ଅପି ବିନ୍ଧାଣୀ ଓ ତାଙ୍କ ପତ୍ନୀ ରଙ୍ଗାଇ ବିନ୍ଧାଣୀ ଗୁଣି ଗାରେଡି କରୁଥିବା ଗାଁ ଲୋକଙ୍କ ମନରେ ଭୟ ଭରିଥିଲା ଗୁଣିଆ। ଏହା ପରେ ଗାଁ ଲୋକେ ଅପି ଓ ରଙ୍ଗାଇଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। ଡାକରା ପାଇ ଦମ୍ପତି ସେଠାକୁ ଯାଇଥିଲେ। ସେଠାରେ ଗାଁ ଲୋକେ ସେମାନଙ୍କୁ ନାନା କଥା କହି ଗାଳି ଦେଇଥିଲେ। ଗୁଣି କରି ଲୋକଙ୍କ ମୁଣ୍ଡ ଖାଉଛ ବୋଲି ଗାଁ ଲୋକେ ଦମ୍ପତିଙ୍କୁ ଆକ୍ଷେପ କରିଥିଲେ। ପ୍ରତିବାଦ କରିବା ସତ୍ତ୍ୱେ ଗାଁ ଲୋକେ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଗାଁ ଲୋକଙ୍କ ମାଡ଼ରେ ଅପି ବିନ୍ଧାଣୀ ଓ ତାଙ୍କ ପତ୍ନୀ ରଙ୍ଗାଇ ସଂଜ୍ଞାହୀନ ଅବସ୍ଥାରେ ସେଠାରେ ପଡ଼ିଥିଲେ। ଏ ସମ୍ପର୍କରେ ଜାଣିପାରି ଗାଁର ଜଣେ ଯୁବକ ରୋହିତ କହଁର ଗୋଛାପଡ଼ା ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ଅସୁସ୍ଥ ଦମ୍ପତିଙ୍କୁ ଉଦ୍ଧାର କରି ଗୋଛାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପରେ ଦମ୍ପତି ସାମାନ୍ୟ ସୁସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଗୋଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ତେବେ ଏନେଇ ଗୋଛାପଡ଼ା ଥାନା IICଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story