Advertisment

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌: ୨୫୦୦ର ଟିକେଟ୍‌କୁ ୪୦ ହଜାରରେ ବିକି ବନ୍ଧା ହେଲେ ଦଲାଲ

ବୁଧବାର ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯିବ।

author-image
Madhupriya Mistry
Ticket Black Marketing

Ticket Black Marketing

ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ବୁଧବାର ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ବ୍ଲାକ୍‌ରେ ବିକ୍ରି ହୋଇଛି ଟିକେଟ୍‌। ୨୫୦୦ ଟଙ୍କାର ଟିକେଟ୍‌କୁ ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦଲାଲ। ଏହି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି।

Advertisment

ପୁଲିସ ସୂଚନା ମୁତାବକ, ବ୍ଲାକରେ ଟିକେଟ୍‌ ବିକି ବନ୍ଧା ହୋଇଥିବା ଅଭିଯୁକ୍ତ ଜଣକ ଆକାଶ କୋଠାରୀ। ତାଙ୍କ ବୟସ ୩୦ ବର୍ଷ। ଜୋନ୍‌-୧ର ଡିସିପି ପ୍ରବୀଣ ମୁଣ୍ଡେଙ୍କ ମୁତାବକ, ଏକ ଗୁପ୍ତ ସୂଚନା ମିଳିବା ପରେ ଜେଜେ ମାର୍ଗ ପୁଲିସ ଏକ ଟିମ୍‌ ଗଠନ କରି ମଲାଡ ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଆକାଶ କୋଠାରୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅନୁସନ୍ଧାନ ବେଳେ ତାଙ୍କ ଫୋନ୍‌ରୁ କିଛି ମେସେଜ ଏବଂ କିଛି ଡକ୍ୟୁମେଣ୍ଟ ମଧ୍ୟ ମିଳିଛି।

ପୁଲିସ ସୂଚନାନୁସାରେ, କୋଠାରୀ ୨୫୦୦ ଟଙ୍କାର ଟିକେଟ୍‌କୁ ୩୫,୦୦୦ରୁ ୪୦,୦୦୦ ଟଙ୍କାରେ ବିକ୍ରି କରୁଥିଲେ। ତାଙ୍କ ବିରୋଧରେ ପୁଲିସ ଧାରା ୪୦୨ ଓ ୫୧୧ରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ନିକଟକୁ ଏହି ଟିକେଟ୍‌ କେଉଁଠାରୁ ଆସିଲା ତାହା ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି। ଏଥିସହ ଏହି ବ୍ଲାକ୍‌ ମାର୍କେଟିଂ ପଛରେ କୌଣସି ବଡ଼ ଗ୍ୟାଙ୍ଗର ହାତ ଅଛି ନା ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ICC ବିଶ୍ୱକପ୍ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଶେଷ ଟିକେଟ୍ ଗୁରୁବାର ରାତିରେ ବିକ୍ରି ହୋଇଥିଲା। ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ୧୫ ନଭେମ୍ବରରେ ମୁମ୍ବାଇରେ ଏବଂ ଦ୍ୱିତୀୟଟି ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ। ନଭେମ୍ବର ୧୯ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ICC Men’s Cricket World Cup 2023 ICC World Cup 2023