Advertisment

ବିଳମ୍ୱିତ ରାତିରେ ବ୍ଲାଙ୍କ ଫାୟାରିଂ କଲା ବିଜେଡି ନେତା! ଗାଁ ଲୋକେ ଭୟଭୀତ

ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଗୁଳି ଫୁଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
 Gunfire at umuri of Jeypore

Gunfire at umuri of Jeypore

Advertisment

ବିଳମ୍ୱିତ ରାତିରେ ଜୟପୁରରେ ଫୁଟିଲା ଗୁଳି। ବିଜେଡି ନେତା ତଥା କୁଖ୍ୟାତ ଗଞ୍ଜେଇ ମାଫିଆ ଜେଲରୁ ବାହାରି ଗୁଳି ଫୁଟାଇଥିବା ଆଲୋଚନା ହେଉଛି। ରାବଣ ପୋଡ଼ି ପାଇଁ ପୂରା ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଉମୁରି ଗାଁରେ ମଙ୍ଗଳବାର ରାତିରେ ଗୁଳି ଫୁଟାଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଅଭିଯୋଗ ପରେ ତତ୍ପର ହୋଇଛି ପୁଲିସ୍‌। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପୁଲିସ୍‌। 

Advertisment

ଗଞ୍ଜେଇ ମାଫିଆ ରଞ୍ଜିତ୍ ବାଘ ମଙ୍ଗଳବାର ବିଳମ୍ୱିତ ରାତିରେ ଉମୁରି ଗାଁରେ ପହଞ୍ଚିଥିଲା। ସେତେବେଳେ ପ୍ରାୟତଃ ପୂରା ଗାଁ ଶୂନ୍‌ଶାନ୍‌ ଥିଲା। ହଠାତ୍‌ ଶୁଭିଥିଲା ଗୁଳି ଫୁଟିବାର ଶବ୍ଦ। ପରେ ଆଉ ଦୁଇ ରାଉଣ୍ଟ ଗୁଳି ଫୁଟିଥିଲା। ରଞ୍ଜିତ ନିଜ ବନ୍ଧୁକରୁ ଗୁଳି ଫାଟାଇଥିବା ଅଭିଯୋଗ ହେଉଛି। ଏହା ପରେ ଗାଁ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ୍‌ ରାତିରେ ଗାଁରେ ପହଞ୍ଚିଥିଲା। ଘଟଣା ସ୍ଥଳରୁ ୩ଟି ଖୋକା ଜବତ କରିଥିଲା। ମାମଲା ରୁଜୁ କରି ବିଭିନ୍ନ ଦିଗରୁ ପୁଲିସ୍‌ ତଦନ୍ତ ଚଳାଇଛି। ହେଲେ ରଞ୍ଜିତକୁ ପୁଲିସ୍‌ ଧରିପାରିନି।  

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଗୁଳି ଫୁଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

Advertisment

ସୂଚନାରୁ ପ୍ରକାଶ, ରଞ୍ଜିତ ବାଘ ହେଉଛି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଏଥିସହ ବିଜେଡି ନେତା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ଷେ ହେଲା ସେ ଜେଲ୍‌ରେ ରହିଥିଲା। ପୂଜା ପୂର୍ବରୁ ଜେଲ୍‌ରୁ ବେଲ୍‌ରେ ବାହାରିଥିଲା। ଜେଲ୍‌ରୁ ବାହାରିବା ପରେ ରଞ୍ଜିତ ଖେଳ ଆରମ୍ଭ କରିଛି। ନିଜର ଅପରାଧୀନ ସାମ୍ରାଜ୍ୟର ବିସ୍ତାର କରିବା ପାଇଁ ଗୁଳି ଫୁଟାଇଥିବା ଆଲୋଚନା ହେଉଛି। ସେ ଶାସକ ଦଳ ବିଜେଡିର ନେତା ବୋଲି ଜଣାପଡ଼ିଛି।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Odisha Koraput Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe