ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଲୟ ପରିସରରେ ଥିବା ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ପ୍ରତିଦିନ ଭଳି ବୁଧବାର ରାତିରେ ଜଗୁଆଳି ସୁମନ୍ତ ଭୋଇ ଜଗିଥିଲେ। ସେହି ସମୟରେ ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ଟିକେଶ୍ୱର ସାହୁ ଓ ତାଙ୍କ ଜଣେ ସହଯୋଗୀ ଆସି ସୁମନ୍ତ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଜଗୁଆଳିକୁ ଆକ୍ରମଣ ସମୟରେ ରାସ୍ତାରେ ତହସିଲଦାରଙ୍କ ଗାଡ଼ି ଯାଉଥିଲା ଟିକେଶ୍ୱର ଓ ତାଙ୍କ ସହଯୋଗୀ ଗାଡ଼ିରେ ଥିବା ନାଲି ବତିକୁ ଦେଖି ପୁଲିସ ଗାଡ଼ି ଭାବି ଘଟଣା ସ୍ଥଳରୁ ଫେରାର ମାରିଥିଲେ।
Also Read
ପରେ ତହସିଲଦାରଙ୍କ ଗାଡ଼ି ଡ୍ରାଇଭର ରାତ୍ରୀ ଜଗୁଆଳିକୁ ଉଦ୍ଧାର କରି ସଇଁତଳା ଥାନାକୁ ଆଣିଥିଲେ। ଥାନା ରେ ଜଗୁଆଳି ସୁମନ୍ତ ଭୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ଟିଟିଲାଗଡ ପୁଲିସ ଟିକେଶ୍ୱର ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବେଙ୍ଗାଲୁରୁରେ ପତ୍ନୀଙ୍କୁ ମାରି ଡ୍ରେନରେ ଫିଙ୍ଗିଥିବା ସ୍ୱାମୀକୁ ଏହି ରାଜ୍ୟରୁ ଧରିଲା ପୁଲିସ୍
ନଭେମ୍ବର ୧୧ ତାରିଖରେ ସେ ରୁମେଶଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ମୃତଦେହରୁ ହାତଗୋଡ଼ ବାନ୍ଧି ଡ୍ରେନରେ ଫିଙ୍ଗି ଫେରାର ହୋଇଯାଇଥିଲା।
Crime
ସହକାରୀ ବନ ସଂରକ୍ଷକଙ୍କର ପୁଳା ପୁଳା ସଂପତ୍ତି; କ୍ଲିକ୍ କରି ଦେଖନ୍ତୁ, କେମିତି ଘର କରିଛନ୍ତି
ଏସିଏଫଙ୍କ ସରକାରୀ ବାସଭବନରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।
Crime
ACFଙ୍କ ସରକାରୀ ବାସଭବନରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ଭିଜିଲାନ୍ସ ଜାଲରେ ACF; ୯ଟି ସ୍ଥାନରେ ଚଢ଼ାଉ
ACF ରେବତୀ ରମଣ ଯୋଶୀ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Crime
ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଯୁବକଙ୍କୁ ପିଟି ପିଟି ମାରିଦେଲେ
ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି।