Advertisment

ସରପଞ୍ଚ ସ୍ୱାମୀଙ୍କ ଆକ୍ରମଣରେ ବ୍ଲକ ଅଫିସ୍ ଜଗୁଆଳି ଗୁରୁତର

ସରପଞ୍ଚଙ୍କ ସ୍ଵାମୀ ଟିକେଶ୍ୱର ସାହୁ ଓ ତାଙ୍କ ଜଣେ ସହଯୋଗୀ ଆସି ସୁମନ୍ତ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

Balangir,

Balangir,

Advertisment

ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଲୟ ପରିସରରେ ଥିବା ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ପ୍ରତିଦିନ ଭଳି ବୁଧବାର ରାତିରେ ଜଗୁଆଳି ସୁମନ୍ତ ଭୋଇ ଜଗିଥିଲେ। ସେହି ସମୟରେ ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ଟିକେଶ୍ୱର ସାହୁ ଓ ତାଙ୍କ ଜଣେ ସହଯୋଗୀ ଆସି ସୁମନ୍ତ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ଜଗୁଆଳିକୁ ଆକ୍ରମଣ ସମୟରେ ରାସ୍ତାରେ ତହସିଲଦାରଙ୍କ ଗାଡ଼ି ଯାଉଥିଲା ଟିକେଶ୍ୱର ଓ ତାଙ୍କ ସହଯୋଗୀ ଗାଡ଼ିରେ ଥିବା ନାଲି ବତିକୁ ଦେଖି ପୁଲିସ ଗାଡ଼ି ଭାବି ଘଟଣା ସ୍ଥଳରୁ ଫେରାର ମାରିଥିଲେ।

ପରେ ତହସିଲଦାରଙ୍କ ଗାଡ଼ି ଡ୍ରାଇଭର ରାତ୍ରୀ ଜଗୁଆଳିକୁ ଉଦ୍ଧାର କରି ସଇଁତଳା ଥାନାକୁ ଆଣିଥିଲେ। ଥାନା ରେ ଜଗୁଆଳି ସୁମନ୍ତ ଭୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ଟିଟିଲାଗଡ ପୁଲିସ ଟିକେଶ୍ୱର ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Advertisment
Balangir Security
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe