Advertisment

କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ହାଇକୋର୍ଟରେ ଶୁଣାଣି ବେଳେ ବିଏମସି ନିଜ ପକ୍ଷ ରଖିଥିଲା ।

Dogs

Dogs

Advertisment

କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଛି ସବୁଜ ସଙ୍କେତ। କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ। ବିଏମସି ସତ୍ୟପାଠକୁ ଗ୍ରହଣ କରି ହାଇକୋର୍ଟ ଏହି ରହିତାଦେଶ ଉଠାଇ ଦେଇଛନ୍ତି।

Advertisment

ପ୍ରାଣୀ ବନ୍ଧ୍ୟାକରଣ ନିୟନ୍ତ୍ରଣ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ହାଇକୋର୍ଟରେ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ ବନ୍ଧ୍ୟାକରଣ କମିଟି ଗଠନ ହେବା କଥା। ମାତ୍ର ଆମ ରାଜ୍ୟରେ ବିନା କମିଟିରେ କୁକୁର ବନ୍ଧ୍ୟାକରଣ କରାଯାଉଥିବା ଅଭିଯୋଗ କରି ବିଶ୍ୱଜିତ ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜୁଲାଇ ୬ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ।

କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବା ନେଇ ହାଇକୋର୍ଟରେ ଆବେଦନ କରିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

Advertisment

ହାଇକୋର୍ଟରେ ଶୁଣାଣି ବେଳେ ବିଏମସି ନିଜ ପକ୍ଷ ରଖିଥିଲା । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ବିଏମସିକୁ ସବୁଜ ସଙ୍କେତ ମିଳିଥିବା ନେଇ ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି । 

Cuttack Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe