ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରିଲେ ସାବଧାନ। କାରଣ ରାଜଧାନୀରେ ଏଭଳି TO-LET ବିଜ୍ଞାପନ ଲଗାଇଥିବାରୁ ହଜାରେ ନୁହେଁ କି ୨ହଜାର ନୁହଁ ତିନି ସଂସ୍ଥାରୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ବିଏମସି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି।ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି।
କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି।
କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ଅଭିଯୋଗ ପରେ ବିଏମସି ଏହି କଡ଼ା ପଦକ୍ଷେପ ନେଇଛି। ପୋଷ୍ଟର ,ହୋଡିଂ ଓ TO-LET ଲଗାଇଲେ ବିଏମସି ପରାମର୍ଶ ନେବାକୁ ପଡ଼ିବ କୁହାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।