Advertisment

ସରକାରୀ ଜାଗାରେ ମାରିଥିଲେ TO-LET; ଗଣିବେ ୫୦ ହଜାର

କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
TO-LET

TO-LET

Advertisment

ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରିଲେ ସାବଧାନ। କାରଣ ରାଜଧାନୀରେ ଏଭଳି TO-LET ବିଜ୍ଞାପନ ଲଗାଇଥିବାରୁ ହଜାରେ ନୁହେଁ କି ୨ହଜାର ନୁହଁ ତିନି ସଂସ୍ଥାରୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ବିଏମସି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି।ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି।

Advertisment

କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ  ସଚେତନ କରିଥିଲା। ଏବେ ୩ ସଂସ୍ଥା ସରକାରୀ ଜାଗାରେ  TO-LET ମାରିବା ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି।

କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ଅଭିଯୋଗ ପରେ ବିଏମସି ଏହି କଡ଼ା ପଦକ୍ଷେପ ନେଇଛି। ପୋଷ୍ଟର ,ହୋଡିଂ ଓ TO-LET ଲଗାଇଲେ ବିଏମସି ପରାମର୍ଶ ନେବାକୁ ପଡ଼ିବ କୁହାଯାଇଛି। 

Advertisment
Bhubaneswar Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe