Advertisment

ଘରେ ଥିବା ଟ୍ରଙ୍କରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ

ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି।

Representative Image

Representative Image

Advertisment

ଟ୍ରଙ୍କ୍ ଭିତରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ। ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା।

Advertisment

ବାପା-ମାଆ ଘରେ ନଥିବାବେଳେ ଝିଅମାନଙ୍କୁ କିଏ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରିଛି, ନା ଘଟଣା ପଛରେ ଆଉ କିଛି କାରଣ ଅଛି, ତା'ର ଖୋଳତାଡ କରୁଛି ପୁଲିସ।

ପୁଲିସ କହିବା ଅନୁସାରେ, ମୃତ ନାବାଳିକାଙ୍କ ବାପା-ମାଆ ସ୍ଥାନୀୟ ଅଞ୍ଚଳରେ ପ୍ରାବାସୀ ଶ୍ରମିକ ଭାବେ କାମ କରନ୍ତି। ସେମାନଙ୍କର 5ଟି ସନ୍ତାନ। ପ୍ରତିଦିନ ପରି ରବିବାର ବି ସେମାନେ କାମକୁ ଯାଇଥିଲେ।କିନ୍ତୁ କାମରୁ ଫେରିବା ପରେ ଦୁଇ ଜଣ ପିଲା ଥିବାବେଳେ ଅନ୍ୟ ତିନି ଜଣ ଝିଅଙ୍କୁ ପାଇନଥିଲେ। ଏନେଇ ସେମାନେ ପୁଲିସରେ ଖବର ଦେଇଥିଲା।

Advertisment

ପୁଲିସ ଅନୁସନ୍ଧାନ ଚଳାଇବା ମଧ୍ୟରେ ନିଖୋଜ ନାବାଳିକାଙ୍କ ମୃତଦେହ ସେମାନଙ୍କ ଘରୁ ହିଁ ମିଳିଛି। ଆଜି ମୃତ ନାବାଳିକାଙ୍କ ବାପା ଘର ସଫାସଫି କରିବା ସମୟରେ ଟ୍ରଙ୍କକୁ ଅନ୍ୟ ଏକ ସ୍ଥାନକୁ ଉଠାଉଥିଲେ। ଏହି ସମୟରେ ଟ୍ରଙ୍କଟି ପୂର୍ବ ଅପେକ୍ଷା ବହୁତ ଓଜନିଆ ଲାଗିଥିଲା। ଟ୍ରଙ୍କ୍ ଖୋଲି ଦେଖନ୍ତି ତ, ଭିତରେ ତିନି ଜଣ ଝିଅ ମୃତ ଅବସ୍ଥାରେ ଅଛନ୍ତି। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଖୋଳତାଡ କରୁଛି ପୁଲିସ ମୃତକମାନେ ହେଉଛନ୍ତି କାଞ୍ଚନ(4) ଶକ୍ତି(7) ଏବଂ ଅମ୍ରିତା(9)। 

Punjab Police Crime Sisters Dead Body Found Punjab Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe