/odisha-reporter/media/post_attachments/uploadimage/library/16_9/16_9_0/IMAGE_1690168699.jpg)
railway track
ପାରିବାରିକ କଳହର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ପରିଚୟ ମିଳିନାହିଁ।
Advertisment
ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି।
ପାରିବାରିକ କଳହରୁ ଉଭୟ ସ୍ୱାମୀସ୍ତ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଉଭୟ ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ମଧ୍ୟ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଆର୍ପି ବୋଲି ସ୍ପଷ୍ଟ କରିଛି। ଏହି ଦମ୍ପତି ଘର କେଉଁଠି, ସେମାନେ କାହିଁକି ବମିଖାଲ ନିକଟ ରେଳ ଧାରଣା ଆସି ଆତ୍ମହତ୍ୟା କଲେ ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଜିଆର୍ପି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
