Advertisment

ଗଛରୁ ମିଳିଲା ୨ ବନ୍ଧୁଙ୍କ ଝୁଲନ୍ତା ମୃତଦେହ, ସମସ୍ତେ ଜଳକା

ଦୁଇ ଜଣ ପିଲାଙ୍କ ଝୁଲନ୍ତା ମୃତଦେହ ଆରାଭାଲ୍ଲି ଅନ୍ତର୍ଗତ ସିଦ୍ଧଦାତା ଆଶ୍ରମ ପଛରେ ଥିବା ଗୋଟିଏ ଗଛରୁ ମିଳିଛି।

author-image
Hemant Lenka
Tree

Tree

ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ଦୁଇ ବନ୍ଧୁଙ୍କ ମୃତଦେହ। ଫରିଦାବାଦ ଅନ୍ତର୍ଗତ ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଥିବା ଗୋଟିଏ ଗଛରେ ଦୁଇ ଜଣ ୧୬ ବର୍ଷୀୟ ପିଲାଙ୍କ ମୃତଦେହକୁ ଦେଖି ସମସ୍ତେ ଜଳକା ହୋଇଯାଇଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା, ସେକଥା ପୁଲିସ୍‌ ସ୍ପଷ୍ଟ କରିନାହିଁ।

Advertisment

ସେହିପରି ଦୁଇ କିଶୋରଙ୍କ ପରିବାର ଲୋକ ମଧ୍ୟ ହତ୍ୟାକାଣ୍ଡ ନେଇ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି। ତେଣୁ ପୁଲିସ୍‌ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ କହିଛି ଯେ ଦୁଇ ଜଣ ପିଲାଙ୍କ ଝୁଲନ୍ତା ମୃତଦେହ ଆରାଭାଲ୍ଲି ଅନ୍ତର୍ଗତ ସିଦ୍ଧଦାତା ଆଶ୍ରମ ପଛରେ ଥିବା ଗୋଟିଏ ଗଛରୁ ମିଳିଛି। ମୃତଦେହକୁ ଜବତ କରାଯାଇ ବାଦଶାହ ଖାନ ହସ୍ପିଟାଲ ପଠା ଯାଇଛି। ସେଠାରେ ସେମାନଙ୍କ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Advertisment

ଦୁଇ କିଶୋରଙ୍କ ଘର ଫରିଦାବାଦରେ। ସେମାନେ ଗୋଟିଏ ସ୍କୁଲରେ ୭ମରୁ ୧୦ମ ଯାଏ ପାଠପଢ଼ିଥିଲେ। ତେବେ ଜଣେ ପିଲାର ପରିବାର ଲୋକ ସ୍ଥାନୀୟ ଅଞ୍ଚଳରୁ ଯାଇ ଅନ୍ୟତ୍ର ରହିଥିଲେ। ଫଳରେ ଦୁଇ ବନ୍ଧୁ ଅଲଗା ହୋଇ ଯାଇଥିଲେ। ଏହାକୁ ନେଇ ସେମାନେ ସବୁବେଳେ ଚିନ୍ତାରେ ରହୁଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଦୁଇ ପିଲାଙ୍କ ପରିବାର ଲୋକମାନେ କହିଛନ୍ତି ଯେ ଉଭୟ ରବିବାର ଅପରାହ୍ନ ୩ଟା ବେଳେ ଏକାଠି ଘରୁ ବାହାରି ବୁଲିବାକୁ ଯାଇଥିଲେ। ପ୍ରାୟ ସନ୍ଧ୍ୟା ୬ଟା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତା’ ବଡ଼ ଭାଇଙ୍କ ସହ ଫୋନରେ କଥା ହୋଇଥିଲା ଓ ଶୀଘ୍ର ଘରକୁ ଫେରିବ ବୋଲି କହିଥିଲା।

କିନ୍ତୁ ଘରକୁ ଫେରିବା ବିଳମ୍ବ ହେବାରୁ ଘର ଲୋକ ତା’କୁ ଫୋନ କରିଥିଲେ। ହେଲେ ସେ ଆଉ ଫୋନ ଉଠାଇ ନଥିଲା। ଶେଷରେ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ରାତି ପ୍ରାୟ ୨ଟା ବେଳେ ପୁଲିସ୍‌ ପିଲାଟିର ଫୋନ ଲୋକେସନ ଠାବ କରିଥିଲା। ଏହାପରେ ସିଦ୍ଧଦାତା ଆଶ୍ରମ ପଛ ପଟୁ ଦୁଇ ବନ୍ଧୁଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା।

Delhi Haryana News