/odisha-reporter/media/post_attachments/uploadimage/library/16_9/16_9_0/Murder_1692338063.jpg)
Murder
ବନ୍ଦ ଘର ଭିତରୁ ୨ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର କାଜ ନିକଟରେ। ମୃତକ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା। ସେମାନେ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ୧୨ଟା ସମୟରେ ମଇଁଷି ଫାର୍ମର ମାଲିକ ଅଜୟ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ମିନିଟ୍ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ଅଜୟଙ୍କୁ ଫୋନ୍ କରିଥିଲେ। ଅଜୟ ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ।
ଅଜୟ ସକାଳେ ସୁଶାନ୍ତ ଓ ଜଗବନ୍ଧୁ ଫୋନ୍ କରିଥିବା ଦେଖି ସେମାନଙ୍କୁ କଲ୍ବେକ୍ କରିଥିଲେ। ହେଲେ ସେମାନେ କେହି ଉଠାଇ ନଥିଲେ। ଏନେଇ ଅଜୟଙ୍କର ସନ୍ଦେହ ହୋଇଥିଲା। ସେ ନିଜ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ଖୋଲି ନଥିଲେ। ପରେ ଅଜୟ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
ସୁଶାନ୍ତ ଓ ଜଗବନ୍ଧୁଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ସେମାନେ ଆତ୍ମହତ୍ୟା କରିଛନ୍ତି ତା’ର କାରଣ ଜଣାପଡ଼ିନାହିଁ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ବନ୍ଦ ଘରେ କେଉଁ ଗୁମର ଲୁଚି ରହିଛି ପୁଲିସ ତା’ର ଖୋଳତାଡ଼ କରୁଛି।
ମଇଁଷି ଫାର୍ମର ମାଲିକ ଅଜୟ କହିଛନ୍ତି ଯେ, ସୁଶାନ୍ତ ଓ ଜଗବନ୍ଧୁ ଦୀର୍ଘ ବର୍ଷ ହେଲା ଫାର୍ମରେ କାମ କରୁଛନ୍ତି। ସେମାନେ ଗତକାଲି ରାତିରେ ମୋତେ କାହିଁକି ଫୋନ୍ କରିଥିଲେ ମୁଁ ଜାଣି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
