Advertisment

ରେଳ ଧାରଣା ନିକଟରେ ପଡ଼ିଛି ୨ ଯୁବକଙ୍କ ମୃତଦେହ

ଜିଆରପି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Railway track

railway track

ରେଳ ଧାରଣା ନିକଟରେ ପଡ଼ିଛି ୨ ଯୁବକଙ୍କ ମୃତଦେହ। କୋରାପୁଟ ସହର ଅନତି ଦୂରରେ ଥିବା ଜର୍ଟି ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

Advertisment

ଆଜି ସକାଳେ ଦୁଇ ଯୁବକଙ୍କ ମୃତଦେହ ରେଳ ଧାରଣା ନିକଟରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଜିଆରପିକୁ ଖବର ଦେଇଥିଲେ। ଜିଆରପି ପହଞ୍ଚି ଘଟଣାର ତଦନ୍ତ କରୁଛି।ହେଲେ ଯୁବକଙ୍କ ପରିଚୟ ମଳିନାହିଁ।

ଯୁବକ ଦ୍ୱୟଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି ନା, ସେମାନଙ୍କୁ ହତ୍ୟା କରାଯାଇ ଫୋପାଡ଼ି ଦିଆଯାଇଛି ତାହା ଜଣା ପଡ଼ିନାହିଁ। ଯୁବକ ଦ୍ୱୟ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି। ସେମାନଙ୍କ ମୁଣ୍ଡରେ ଗାମୁଛା ବନ୍ଧ ଯାଇଛି। 

Advertisment

ଜିଆରପି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Koraput