/odisha-reporter/media/post_attachments/uploadimage/library/16_9/16_9_0/sambalpur_1692601281.jpg)
sambalpur
ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ସମ୍ବଲପୁର ସହରର ଅନୁଗୁଳିଆପଡ଼ାରେ। ମୃତକ ହେଲେ ଜ୍ୟୋତ୍ସାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା।
ଆଜି ସକାଳେ ଜ୍ୟୋତ୍ସାରାଣୀଙ୍କ ଘରକୁ ତାଙ୍କର ଘରୋଇ ସହାୟିକା କାମ କରିବାକୁ ଆସିଥିଲେ। ଯେପରି ଘରର କବାଟ ଭିତରପଟୁ ଖୋଲି ଘର ଭିତରକୁ ପଶନ୍ତି, ସେପରି ଆଜି ଘର ଭିତରକୁ ପଶିଥିଲେ। ଘରେ ଏକ ରୁମ୍ ଭିତରୁ ଜ୍ୟୋତ୍ସରାଣୀ ଓ ତାଙ୍କ ପୁଅ ସୁଧୀରଙ୍କ ଝୁଲନ୍ତା ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପଡ଼ୋଶୀଙ୍କୁ ଜଣାଇଥିଲେ। ପଡ଼ୋଶୀ ଏନେଇ ପୁଲିସକୁ ଅବଗତ କରିଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ସୁଧୀରଙ୍କ ପତ୍ନୀ ଓ ତାଙ୍କ ଝିଅ ଦୁଇ ଦିନ ତଳେ ବାପ ଘରକୁ ଯାଇଥିଲେ। ଘଟଣାସମ୍ପର୍କରେ ଖବର ପାଇ ଆଜି ଘରେ ପହଞ୍ଚିଛନ୍ତି। ସ୍ୱାମୀ ଓ ଶାଶୁର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ସୁଧୀରଙ୍କ ପତ୍ନୀ। ପରିବାରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
ସୁଧୀର ଓ ଜ୍ୟୋତ୍ସାରାଣୀ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ତେବେ ପଡ଼ୋଶୀଙ୍କ କହିବା ଅନୁସାରେ, ସୁଧୀରଙ୍କ ଭାଇଙ୍କର ୩ବର୍ଷ ତଳେ ମୃତ୍ୟୁ ହୋଇଯାଇଥିଲା। ଏଥିପାଇଁ ପରିବାର ଲୋକେ ମାନସିକ ବିଷାଦରେ ଥିଲେ। କାହାସହ କଥା ହେଉ ନଥିଲେ। ସବୁବେଳେ ଡିପ୍ରେସନରେ ରହୁଥିଲେ।
ଡିପ୍ରେସନରେ ରହିବା ଯୋଗୁ ସୁଧୀର ଓ ତାଙ୍କ ମା’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ସେମାନଙ୍କ ମୃତ୍ୟୁ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
