Advertisment

ବନ୍ଦ ଘରୁ ମା’ଓ ୭ବର୍ଷ ପୁଅର ମୃତଦେହ ଉଦ୍ଧାର

ନିଳାବେଣୀଙ୍କ ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
police station

police station

ବନ୍ଦ ଘରୁ ମା’ ଓ ୭ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ। ମା’ ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ ଓ ତାଙ୍କ ପୁଅ ଡି. ରିତିକ।

Advertisment

ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନଥିଲେ। ଏନେଇ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା।  ଘଟଣା ସଂପର୍କରେ ପୁଲିସ ଖବରକୁ ଦେଇଥିଲେ।

ପୁଲିସ ପହଞ୍ଚି କବାଟ ତାଡ଼ି ମା’ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲା। ମା’ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନିଳାବେଣୀଙ୍କ ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଛନ୍ତି। ନିଳାବେଣୀ ମା’ ଓ ତାଙ୍କ ପୁଅ ଘରେ ରହୁଥିଲେ। 

Advertisment
Ganjam