Advertisment

ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହାବିଲଦାରଙ୍କର କିପରି ମୃତ୍ୟୁ ଘଟିଲା, ମୃତ୍ୟୁ ପଛରେ କ’ଣ କାରଣ କରିଛି ତାହା ଜଣାପଡ଼ି ନାହିଁ।

DeadBody

DeadBody

Advertisment

କଟକ ଜିଲ୍ଲା ୬ ନମ୍ବର ବାଟାଲିଅନର ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାବିଲଦାର ଜଣଙ୍କ ହେଲେ ତ୍ରିଲୋଚନ ସେଠୀ।

Advertisment

ଆଜି ସକାଳେ ଜଣେ କର୍ମଚାରୀ ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଦେଖି ଅନ୍ୟ କର୍ମଚାରୀଙ୍କୁ  ଜଣାଇବା ସହ ପୁଲିସକୁ ଖବର ଦେଇଥିଲା।ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି। ଏଥିସହ ମୃତ ହାବିଲଦାରଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚରା କରୁଛି।

ହାବିଲଦାରଙ୍କର କିପରି ମୃତ୍ୟୁ ଘଟିଲା, ମୃତ୍ୟୁ ପଛରେ କ’ଣ କାରଣ କରିଛି, ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ।

Advertisment
Cuttack Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe