Advertisment

ଚିଙ୍ଗୁଡ଼ି ଚୋରି ଅଭିଯୋଗରେ ପଡ଼ୋଶୀ ଦେଲେ ନିର୍ଯାତନା; ଝୁଲି ପଡ଼ିଲେ ନାବାଳକ

ପଡ଼ୋଶୀଙ୍କ ଅପମାନ ସହି ନ ପାରି ମିନକେତନ ଆତ୍ମହତ୍ୟା କରିଥିବା ତାଙ୍କ ଦାଦା ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି।

puri

puri

Advertisment

ଚିଙ୍ଗୁଡ଼ି ଚୋରି କରିବା ଅଭିଯୋଗରେ ପଡ଼ୋଶୀ ଦେଲେ ନିର୍ଯାତନା। ଅପମାନ ସହି ନ ପାରି ଝୁଲି ପଡ଼ିଲେ ନାବାଳକ। ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଣ୍ଡୁଆଳ ପୁର ଗ୍ରାମରେ। ମୃତ ନାବାଳକ ଜଣଙ୍କ ହେଲେ ମିନ କେତନ ବେହେରା। ପଡ଼ୋଶୀଙ୍କ ଅପମାନ ସହି ନପାରି ମିନ କେତନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଦାଦା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଦାଦାଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ପ୍ରତାପ ସାହୁ ନାମରେ ଜଣେ ବ୍ୟକ୍ତି ମିନ କେତନଙ୍କ ନାମରେ ଗତକାଲି ଚିଙ୍ଗୁଡ଼ି ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ। ଏହାସହ ମିନ କେତନଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୋର୍ ଜବଦସ୍ତ ଧରି ଚିଙ୍ଗୁଡ଼ି ପୋଖରୀ ପାଖକୁ ନେଇ ତାଙ୍କ ପାଦ ଚିହ୍ନ ମିଳାଇ ଥିଲେ।

ଦିନ ତମାମ ବ୍ୟକ୍ତି ଜଣଙ୍କ ଏପରି ମିନ କେତନଙ୍କୁ ନିର୍ଯାତନା ଦେଇଥିଲେ। ପଡ଼ୋଶୀଙ୍କ ଅପମାନ ମିନ କେତନଙ୍କୁ ବହୁତ ବାଧିଥିଲା, ସେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଗାଁ ନିକଟ ଏକ ଗଛରୁ ମିନ କେତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପଡ଼ୋଶୀଙ୍କ ଅପମାନ ସହି ନ ପାରି ମିନକେତନ ଆତ୍ମହତ୍ୟା କରିଥିବା ତାଙ୍କ ଦାଦା ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe