Advertisment

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା

ବର୍ଷେ ପୂର୍ବରୁ ଭଗବାନଙ୍କ ସହ ଗାଁର କିଛି ଲୋକଙ୍କ ସହ ଝଗଡା ସହ ମାଡ଼ପିଟ ହୋଇଥିଲା।

Balasore

Balasore

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗାଙ୍ଗପୁରା ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଭଗବାନ ପ୍ରଧାନ।

Advertisment

ଗତକାଲି ରାତିରେ ଭଗବାନ ଘରକୁ ଫେରିନଥିଲେ। ପରିବାର ଲୋକ ତାଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ଭଗବାନଙ୍କ ମୃତଦେହ ଗାଁ ମୁଣ୍ଡରେ ପଡ଼ିଥିଲା। ଗ୍ରାମବାସୀ ଭଗବାନଙ୍କ ମୃତଦେହ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବର୍ଷେ ପୂର୍ବରୁ ଭଗବାନଙ୍କ ସହ ଗାଁର କିଛି ଲୋକଙ୍କ ସହ ଝଗଡା ସହ ମାଡ଼ପିଟ ହୋଇଥିଲା। ସେହି କାରଣରୁ ଭଗବାନକୁ ହତ୍ୟା କରାଯାଇଥିବା ତାଙ୍କ ବାପା କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balsore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe