Advertisment

ନାବାଳକଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗିଦେଲେ!

ବାପାମା’ ଛେଉଣ୍ଡ ୧୫ ବର୍ଷୀୟ ଶୁକଦେବ ଟାଟା କମ୍ପାନୀ ଅଧିନ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ।

author-image
Tapaswini Nayak
murder

murder

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କୋହ୍ଲ ହୁଣ୍ଡୁଳା ଗାଆଁ ନିକଟ ପୋଲ ତଳୁ ନାବାଳକର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକଙ୍କୁ କେହି ପଥର ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ନାବାଳକ ଜଣଙ୍କ ହେଲେ ଜାମୁକୁଣ୍ଡିଆ ଗାଁର ଶୁକଦେବ ଲାଗୁରୀ।

Advertisment

ବାପାମା’ ଛେଉଣ୍ଡ ୧୫ ବର୍ଷୀୟ ଶୁକଦେବ ଟାଟା କମ୍ପାନୀ ଅଧିନ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ମକର ସଂକ୍ରାନ୍ତି ହେତୁ ଗତ ଶନିବାର ସେ ନିଜ ଗାଁକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ଶୁକଦେବ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଆଜି ସକାଳେ ପୋଲ ତଳୁ ଶୁକଦେବକୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଶୁକଦେବଙ୍କୁ ପଥରରେ ଛେଚି କିଏ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ନାବାଳକଙ୍କୁ ଅମାନୁଷିକ ଭାବରେ ହତ୍ୟାକଲା ପୁଲିସ ତାର ତଦନ୍ତ କରୁଛି।

Advertisment
Kendujhar