Advertisment

ଗତକାଲିଠୁ ନିଖୋଜ ଥିଲେ ନାବାଳିକା; ପୋଖରୀରୁ ମିଳିଲା ମୃତଦେହ

ଗତକାଲି ନିଖୋଜ ନାବାଳିକାଙ୍କ ଜେଜେ ମା’ଙ୍କ ଏକାଦଶାହ କର୍ମ ଥିଲା।

author-image
Tapaswini Nayak
Deadbody

Deadbody

ଗତକାଲି ସନ୍ଧ୍ୟାଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳେ ନାବାଳିକାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଦିଲିବା ଗାଁରେ।

Advertisment

ଗତକାଲି ନିଖୋଜ ନାବାଳିକାଙ୍କ ଜେଜେ ମା’ଙ୍କ ଏକାଦଶାହ କର୍ମ ଥିଲା। ପରିବାର ଲୋକେ ସମସ୍ତେ କାମରେ ବ୍ୟସ୍ତ ଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଆଜି ସକାଳେ ଗ୍ରାମବାସୀ ପୋଖରୀରୁ ଗାଧୋଇବାକୁ ଯାଇଥିଲେ। ନାବାଳିକା ଜଣଙ୍କ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳିକାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ନାବାଳିକାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Ganjam