ସଇତାନ ସ୍ୱାମୀ। ନିଜ ସ୍ତ୍ରୀକୁ ହତ୍ୟା କରି ଅଖାରେ ପୂରାଇ ଜଙ୍ଗଲରେ ଭିଙ୍ଗି ଦେଲା। ୩ଦିନ ପରେ ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ନିରୁପମା ମହାନ୍ତ। ପୁଲିସ ମଧୁସୂଦନ ମହାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତ ୩ ଦିନ ହେବ ନିରୁପମା ନିଖୋଜ ଥିଲେ। ଏନେଇ ନିରୁପମାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ତଦନ୍ତ କରିବା ସହ ମଧୁସୂଦନଙ୍କୁ ପଚରାଉଚରା କରିଥିଲା। ମଧୁସୂଦନ ନିରୁପମାଙ୍କ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ମାନିଥିଲେ। ପୁଲିସ ଆଜି ଠାକୁରମୁଣ୍ଡା ରାସ୍ତା ନିକଟ ଜଙ୍ଗଲରୁ ଏକ ଅଖା ଭିତରୁ ନିରୁପମାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏହାସହ ମଧୁସୂଦନଙ୍କୁ ପଚରାଉଚରା କରୁଛି।
Also Read
କେଉଁ କାରଣ ପାଇଁ ମଧୁସୂଦନ ନିଜ ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି ରହିଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।