Advertisment

ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଜଙ୍ଗଲ ବାଟଦେଇ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକ ମୃତ ଦେହଟିକୁ ଦେଖିଥିଲେ।

ଅଦ୍ୟତନ ହୋଇଛି
Police

Police

Advertisment

ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ମୃତକ ଜଣଙ୍କ ହେଲେ ନିରଞ୍ଜନ ରାଉତ। ତାଙ୍କ ଘର ହେଉଛି ଆଠଗଡ଼ ଥାନ ଜାଗିପଡ଼ିଆ ଗାଁରେ ବୋଲି ଜଣାପଡ଼ିଛି।

Advertisment

ଘଟଣା ହେଉଛି କଟକଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭପୁର ଗାଁର ସିଜୁମୁଣ୍ଡିଆ ନିକଟରେ ଆଜି ଜଣେ ଯୁବକଙ୍କର ମୃତଦେହ ପଡ଼ିଥିଲା। ସେଇ ବାଟଦେଇ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକ ମୃତ ଦେହଟିକୁ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ଆଠଗଡ଼ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହିତ ତଦନ୍ତ କରୁଛି। ତଦନ୍ତ ବେଳେ ମୃତକଙ୍କ ପରିଚୟ ପାଇଥିଲା ପୁଲିସ। ଏନେଇ ମୃତକଙ୍କର ପରିବାରକୁ ପୁଲିସ ଜଣାଇଥିଲା। ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମେୃତଦେହକୁ ଚିହ୍ନଟ କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ନିରଞ୍ଜନ ରବିବାର (ଗତକାଲି) ସନ୍ଧ୍ୟାରୁ ବେଳରୁ ନିଖୋଜ ଥିଲେ। ପରିବାର ଲୋକ ଫୋନ୍‌ କରିଥିଲେ ହେଲେ ଫୋନ୍‌ ଲାଗିନଥିଲା। ତେବେ ରାତିରେ ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକ। ହେଲେ ଦିର୍ଘ ସମୟ ପଯ୍ୟନ୍ତ ତାଙ୍କୁ ନପାଇବାରୁ ନିରାସ ହୋଇ ଘରକୁ ଫେରିଥିଲେ ପରିବାର।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe