Advertisment

ଗତକାଲିଠୁ ନିଖୋଜ ଥିଲେ କନିଷ୍ଠ ଯନ୍ତ୍ରୀ; ନଦୀକୂଳରୁ ମିଳିଲା ଝୁଲନ୍ତା ମୃତଦେହ

ରାମକୃଷ୍ଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଗତକାଲିଠୁ ନିଖୋଜ ଥିଲେ କନିଷ୍ଠ ଯନ୍ତ୍ରୀ। ଆଜି ସକାଳେ ନଦୀ କୂଳରୁ ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ମୃତକ ହେଲେ ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ।

Advertisment

ରାମକୃଷ୍ଣ ଚମ୍ପୁଆସ୍ଥ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ବାହାରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡ଼ି ଦେଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ରାମକୃଷ୍ଣଙ୍କୁ ପାଇ ନଥିଲେ।

ଆଜି ସକାଳେ ଗ୍ରାମବାସୀ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ କୂଳରେ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରାମକୃଷ୍ଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା  ଜଣାପଡ଼ିନାହିଁ। 

Advertisment
Murder Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe