Advertisment

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ମହିଳାଙ୍କ ମୃତ ଦେହ ଗାଁ ନିକଟ ଏକ ଚିଙ୍ଗୁଡ଼ି ପୋଖରୀରେ ଭାସୁଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଚିଙ୍ଗୁଡ଼ି ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର। ମୃତକ ହେଲେ ପ୍ରମିଳା ବେହେରା। ତାଙ୍କଘର ହେଉଛି ପୁରୀ ଜିଲ୍ଲା ମଢ଼ପଦା ଗାଁରେ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଣପଡ଼ା ପଞ୍ଚାୟତର ମଢ଼ପଦା ଗାଁରେ। ଆଜି ଜଣେ ମହିଳାଙ୍କ ମୃତ ଦେହ ଗାଁ ନିକଟ ଏକ ଚିଙ୍ଗୁଡ଼ି ପୋଖରୀରେ ଭାସୁଥିଲା। ସେଇ ବାଟ ଦେଇ ଯିବା ଆସିବା କରୁଥିଲା ଲୋକମାନେ ସେଇ ମୃତଦେହକୁ ଦେଖିବାକୁ ପାଇଥିଲେ। ଏନେଇ ଗାଁ ଲୋକେ ପୁଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବ୍ରହ୍ମଗିରି ପୁଲିସ ଓ ସାଇଣ୍ଟଫିକ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି ବ୍ରହ୍ମଗିରି ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି।

ଆଜି ସକାଳୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିବା ଗାଁ ଲୋକେ କହୁଥିବା ବେଳେ ପ୍ରମିଳାଙ୍କ ଭାଇ ତାଙ୍କ ଭିଣୋଇ ହତ୍ୟା କରି ଛପେଇବା ପାଇଁ ଚିଙ୍ଗୁଡ଼ି ପୋଖରୀରେ ଫିଙ୍ଗି ଦେଇଛି ବୋଲି କହିଛନ୍ତି।

Advertisment
Murder