/odisha-reporter/media/post_attachments/uploadimage/library/16_9/16_9_0/Deadbody_1710474999.jpg)
Deadbody
ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ମିଳିନାହିଁ।
Advertisment
ଆଜି ସକାଳେ ମହିଳାଙ୍କ ମୃତଦେହ ବିନ୍ଦୁସାଗର ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଛି।
ମୃତ ମହିଳାଙ୍କ ବେଶଭୂଷା ସମ୍ଭ୍ରାନ୍ତ ଘରର ବୋଲି ଜଣାପଡୁଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
