Advertisment

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ

ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ୨୮ଟି ପ୍ଳଟ ଅଛି।

author-image
Jitendra Garnayak
prof Sudarshan Behera

prof Sudarshan Behera

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

Advertisment

ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ରହିଛି। ସେଥିରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ଏହି ଘରଟି ୪ ମହଲା ବିଶିଷ୍ଟ। ପାଖାପାଖି ୪୬୦୦ ବର୍ଗଫୁଟ ଅଞ୍ଚଳରେ ଏହି କୋଠାଟି ତିଆରି ହୋଇଛି। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି।

ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ୨୮ଟି ପ୍ଳଟ ଅଛି। ଭୁବନେଶ୍ୱର ସହିତ ପୁରୀ ଜିଲ୍ଲାର ଗୋପ, ପିପିଲି, ସତ୍ୟବାଦୀ ଅଞ୍ଚଳରେ ଏହି ପ୍ଲଟ୍ ଗୁଡ଼ିକ ରହିଛି। ତାଙ୍କଠାରୁ ୨୫୦ ଗ୍ରାମର ସୁନା ଅଳଙ୍କାର ମିଳିଛି।

Advertisment

ପ୍ରଫେସର ସୁଦର୍ଶନ ବେହେରାଙ୍କର ୩ଟି ୪ ଚକିଆ ଗାଡ଼ି (Honda City 5th Gen ZX, Mahindra Scorpio & Toyota ETIOS Cross-G) ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ମୂଲ୍ୟ ମିଶି ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Vigilance Raid Odisha Vigilance Vigilance Net Vigilance