Ganja seized
ପାଣି ଭର୍ତ୍ତି ଗାତରେ ପଡ଼ିଥିଲା କାର୍। ପୁଲିସ ଉଦ୍ଧାର କରିବା ପରେ କାରରୁ ମିଳିଲା ଗଞ୍ଜେଇ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଭାଳେର ଗାଁରେ ଏପରି ଘଟଣା ଘଟିଛି।
ଗାଁ ନିକଟରେ ଥିବା ପାଣି ଭର୍ତ୍ତି ଗାତରେ ଆଜି ସକାଳେ ଏକ କାର୍ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କ୍ରେନ ସାହାଯ୍ୟରେ ପାଣି ଭିତରୁ କାରକୁ ଉଦ୍ଧାର କରିଥିଲା। କାର ଭିତରେ କେହି ନଥିବା ବେଳେ ମିଳିଲା ଗଞ୍ଜେଇ। ପୁଲିସ ଗଞ୍ଜେଇକୁ ଜବତ କରି ଘଟଣାର ତଦନ୍ତ କରୁଛି।
କେହି ଜଣେ ଗତକାଲି ରାତିରେ କାରଟିକୁ ଗାତରେ ପକାଇ ଫେରାର ମାରିଥିବା ଅନୁମାନ କରାଯାଉଛି। କାରଟି କାହାର ଜଣାପଡିନାହିଁ। ଗାତ ଭିତରେ କାରଟି ଖସି ପଡିଥିଲା ନା ଏହାକୁ ଲୁଚା ଯାଇଥିଲା ସ୍ପଷ୍ଟ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1708415575.jpg)