ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ବଲାଙ୍ଗିର ଆସିଛନ୍ତି। କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ ତାଙ୍କର ଜିନିଷପତ୍ର ଆଣିବାକୁ ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଦ୍ରିଜା ମଞ୍ଜରୀ ।