Advertisment

ଗୁରୁଗ୍ରାମରେ ନାଇଟ୍ କ୍ଲବ୍ ଉପରକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ

ହରିୟାଣା ଗୁରୁଗ୍ରାମ ସହରରେ ଥିବା ହ୍ୟୁମାନ୍ ନାଇଟ୍ କ୍ଲବ ଉପରକୁ ବୋମା ମାଡ଼। ଦୁଇ ଅଭିଯୁକ୍ତ ଗିରଫ।

Bomb attack on nightclub

Bomb attack on nightclub

Advertisment

ସମୟ ଭୋର ୫ଟା ୧୫। ଶୀତୁଆ ସକାଳରେ ହଠାତ ଏକ ନାଇଟ୍ କ୍ଲବରେ ଫୁଟିଲା ବୋମା। ଜଣେ ନିଶାଶକ୍ତ ଯୁବକ ଆସି ହରିୟାଣା ଗୁରୁଗ୍ରାମ ସହରରେ ଥିବା ହ୍ୟୁମାନ୍ ନାଇଟ୍ କ୍ଲବ ଉପରକୁ ଫିଙ୍ଗିଥିଲେ ବୋମା। ଥରେ ନୁହେଁ, ଦୁଇ ଦୁଇ ଥର ବିସ୍ଫୋରଣରେ କମ୍ପି ଉଠିଥିଲା ଆଖପାଖ ଅଞ୍ଚଳ। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାବେଳେ ନାଇଟ୍ କ୍ଲବ ଉପରକୁ ବୋମା ଫିଙ୍ଗିଥିବା ଅଭିଯୁକ୍ତକୁ ବାନ୍ଧିଛି ପୁଲିସ।

Advertisment

ଏହି ଘଟଣାରେ ଗିରଫ ହୋଇଥିବା ସଚିନ୍ ନାମକ ଅଭିଯୁକ୍ତ ଉତ୍ତରପ୍ରଦେଶ ମୀରଟର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ନିକଟରୁ ଦୁଇଟି ଦେଶରେ ନିର୍ମିତ ବୋମା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ବୋମା ଆକ୍ରମଣ ସମୟରେ ହ୍ୟୁମାନ ନାଇଟ୍ କ୍ଲବ ବାହାରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଖବର ପାଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Advertisment

ତେବେ ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଗୁରୁଗ୍ରାମ ପୁଲିସ କମିଶନର ବିକାସ ଆରୋରା କହିଛନ୍ତି ଯେ ବୋମା ନିଷ୍କ୍ରିୟକାରୀ ଦଳ ଜବତ ହୋଇଥିବା ବୋମାକୁ ନିଷ୍କ୍ରିୟ କରିଛନ୍ତି। ହରିୟଣା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ଓ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଥିବା ଗୁରୁଗ୍ରାମ ପୁଲିସ ପକ୍ଷରୁ ସୂଚନା ମିଳିଛି।

Gurugram Police Bomb Attack Bomb Attack In Nightclub Gurugram Nightclub
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe