ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ଏକ ବୋମା ପଡ଼ିଛି। ତେବେ ବୋମାଟି କେଉଁଠୁ ଆସିଲା, କିଏ ରଖିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଛି।
Also Read
ତେବେ ବିଧାୟକଙ୍କ ଅଫିସ୍ ପରିସରରରେ ବୋମାଟିକୁ କିଏ ପକାଇଲା, ଏହା ପଛରେ କ’ଣ କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିଲେ ବନ କର୍ମଚାରୀ, ଫୁଟିଲା ଗୁଳି
ହାତୀ ଦାନ୍ତ ଡିଲ୍ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
Crime
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
Crime
ମୃତ ମହିଳା କିଏ? UPI ପେମେଣ୍ଟରୁ ମିଳିଲା ହତ୍ୟାକାରୀର ଠିକଣା
ଜଗନ୍ନାଥ ଦେହୁରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ମୃତ ମହିଳା ପରିଚୟ। ସେ ହେଉଛନ୍ତି ତାଙ୍କ ଭାଉଜ ପଦ୍ମାବତୀ ସାମଲ। ତାଙ୍କ ବଡ଼ଭାଇ ବଳରାମ ଦେହୁରୀଙ୍କ ପତ୍ନୀ।
Crime
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରିଦେଲା ଭିଣୋଇ
ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତିନି ଖଣ୍ଡ କରି କାଟି ଦେଲା ଅଭିଯୁକ୍ତ ଭିଣୋଇ ଅତିଉର ରେହମାନ ଲସ୍କର। ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିବାର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି ପୁଲିସ।
Crime
ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ
ମୃତ ବଳରାମ ଖରାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ। କିନ୍ତୁ ସେ ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଆର୍ଆଇ କଲୋନୀରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ।