Advertisment

ବକେୟା ଟଙ୍କା ମାଗିବାରୁ ଦୋକାନ ଉପରେ ବୋମାମାଡ଼; ୨ ଆହତ

ପୁଲିସ ବୋମାମାଡ଼ କରିଥିବା ଅଭିଯୁକ୍ତ କାହ୍ନା ଦାଶକୁ ଗିରଫ କରିଛି।

author-image
Tapaswini Nayak
Blast

Blast

ପୁରୀ କୋଣାର୍କ ରାସ୍ତା ବାଲିଗୁଆଳି ନିକଟରେ ଏକ ମଟରସାଇକେଲ ମରାମତି ଦୋକାନ ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ବୋମାମାଡ଼ କରିଥିବା ଅଭିଯୁକ୍ତ କାହ୍ନା ଦାଶକୁ ଗିରଫ କରିଛି।

Advertisment

ଗତକାଲି କାହ୍ନା ମଟରସାଇକେଲ ମରାମତି କରିବା ପାଇଁ ଯାଇଥିଲେ। ହେଲେ ତା’ପୂର୍ବରୁ କାହ୍ନାର ଦାଦା ମଟର ସାଇକେଲ ମରାମତି କରିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। ପୂର୍ବରୁ ଥିବା ବକେୟା ଟଙ୍କା ଦୋକାନୀ କାହ୍ନାକୁ ମାଗିଥିଲେ। ପୂର୍ବ ଟଙ୍କା ଦେଲେ ମଟରସାଇକେଲ ମରାମତି କରିବେ ବୋଲି କହିଥିଲେ।

ଦୋକାନୀ କଥା ଶୁଣି କାହ୍ନା ରାଗି ଯାଇଥିଲେ। ମଟର ସାଇକେଲ ମରାମତି ନ କରି ପଳାଇ ଆସିଥିଲେ। ପରେ ରାତିରେ ମଟରସାଇକେଲ ମରାମତି ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଏନେଇ ଦୋକାନୀ ମାଲିକ କାହ୍ନା ନାଁରେ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ଘଟଣାର ତଦନ୍ତ କରି କାହ୍ନା ଦାସକୁ ଗିରଫ କରିଥିଲା। ପୁରୀ ମେରାଇନଥାନା ପୁଲିସ ତା’ନକଟରୁ ଗୋଟିଏ ମଟର ସାଇକେଲ ଜବତ କରିଛି।

Advertisment
Puri Bomb Blast