Advertisment

୧୫ଟି ସ୍କୁଲକୁ ଏକସଙ୍ଗେ ମିଳିଲା ଧମକ - ଭିତରେ ବୋମା ଅଛି

ସ୍କୁଲରେ ଖଞ୍ଜାଯାଇଛି ବୋମା। ଆଖି ପିଛୁଳାକେ ସବୁ ଛିନଛତ୍ର ହୋଇଯିବ।

ଅଦ୍ୟତନ ହୋଇଛି
Threat

Threat

Advertisment

ସ୍କୁଲରେ ଖଞ୍ଜାଯାଇଛି ବୋମା। ଆଖି ପିଛୁଳାକେ ସବୁ ଛିନଛତ୍ର ହୋଇଯିବ। ଏପରି ଧମକପୂର୍ଣ୍ଣ ଇ-ମେଲ୍‌ ବାଙ୍ଗାଲୁରର ୧୫ଟି ସ୍କୁଲକୁ ଏକ ସଙ୍ଗେ ମିଳିଛି। ଏହି ଘଟଣା ପରେ ସମଗ୍ର ବାଙ୍ଗାଲୁରୁରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି।

Advertisment

ବାଙ୍ଗାଲୁରର ପ୍ରତିଷ୍ଠିତ ଘରୋଇ ସ୍କୁଲ ସମତ ଛୋଟ ଛୋଟ ସ୍କୁଲ ବି ଟାର୍ଗେଟକୁ ଚାଲି ଆସିଛନ୍ତି। ଏପରିକି ୧୫ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଏକସଙ୍ଗେ ଇ-ମେଲ୍‌ ଆସିଛି। ଆଜି ସକାଳେ ସ୍କୁଲ କର୍ମଚାରୀ ଏ ସମ୍ପର୍କରେ ଜାଣି ପାରି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରି ସ୍କୁଲ ଖାଲି କରି ଦିଆଯାଇଛି। ଏହାପରେ ବମ୍‌ ସ୍କ୍ୱାର୍ଡ ସ୍କୁଲରେ ପଶି ତନ ତନ କରି ଯାଞ୍ଚ କରୁଛନ୍ତି। ସମସ୍ତ ସ୍କୁଲ ବସ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।

Advertisment

ତେବେ ଏ ଯାବତ ବମ୍‌ର କୌଣସି ସନ୍ଧାନ ମିଳି ନଥିବା ବେଳେ ଏହା ଫେକ୍‌ କଲ୍‌ ବୋଲି ବାଙ୍ଗାଲୁରୁ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି। ଏପରି ଇ-ମେଲ୍‌ କିଏ ପଠାଇଛି ସ୍ପଷ୍ଟ ହୋଇ ନ ଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏଥିସହ ସ୍କୁଲରେ ଯାଞ୍ଚ କଡ଼ାକଡ଼ି ଭାବେ ଚାଲୁଥିବାରୁ ଅଭିଭାବକଙ୍କୁ ଡାକି ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଭୟଭୀତ ହେବାର କିଛି ନାହିଁ ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି।

School Bomb Threat Bangalore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe