Advertisment

କଟକରେ ଫୁଟିଲା ବୋମା, ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ବୋମା ମାଡ କଲା ତାହା ଏଯାଏଁ ସ୍ପଷ୍ଟ ହୋଇନି।

Bombing at cuttack

Bombing at cuttack

Advertisment

କଟକରେ ଗତକାଲି ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ନ ଥମୁଣୁ, କଟକରେ ଘଟିଛି ଆଉ ଏକ ଅଘଟଣ।

Advertisment

କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ବୋମା ମାଡ କଲା ତାହା ଏଯାଏଁ ସ୍ପଷ୍ଟ ହୋଇନି। କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଘଟଣାସ୍ଥଳରେ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ପୁଲିସ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ବୋମାମାଡ଼ ହୋଇଛି ନା ବାଣ ଫୁଟିଛି ସେନେଇ ଜଣାପଡିନାହିଁ।

Advertisment

କିଛି ଶବ୍ଦ ହେବାରୁ ସେଠାରୁ ପହଞ୍ଚି ଦେଖିଲୁ ଖାଲି କାଗଜ ଟୁକୁଡ଼ା ପଡ଼ିଛି। ତାହାକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛୁ। ସାଇଣ୍ଟିଫିକ୍ ଟିମ୍‌କୁ ଘଟଣାସ୍ଥଳକୁ ଡାକିଛୁ। ଏହା ବାଣ ବୋଲି ଅନୁମାନ କରୁଛୁ। ତେବେ ପରୀକ୍ଷା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ନାମକ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଗତକାଲି କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା। ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା । ବୋମାଗୁଡ଼ିକରେ ନିଆଁ ଲଗାଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

 ତାହା ବୋମା ନୁହେଁ ବାଣ ବୋଲି କଟକ ଏଡିସିପି ଅନୀଲ ମିଶ୍ର କହିଥିଲେ। ତେବେ ଏହା କିପରି ଓ କେଉଁ ପରିସ୍ଥିତିରେ ଫୁଟି ଜଣଙ୍କ ଜୀବନ ଚାଲିଗଲା ତାହା ସ୍ପଷ୍ଟ ହୋଇପାରିନି।

Cuttack Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe