Advertisment

ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର

ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।

Police On Spot

Police On Spot

Advertisment

କଟକରେ ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ । କଟକ ସଦର ଥାନା ସୁଭଦ୍ରାପୁରରେ ଘଟିଛି ଏପରି ଅଘଟଣ। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ବୋମାମାଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବ୍ୟବସାୟିକ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ତେବେ ଏହା ପଛରେ କିଏ ଅଛି, ବୋମା ମାଡ଼ର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି। 

ଉକ୍ତ ବ୍ୟକ୍ତିଜଣକ ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ବାଉଁଶ ବ୍ୟବସାୟ କରୁଥିଲେ। ତେଣୁ ଆଖପାଖ ଅଞ୍ଚଳର ବ୍ୟବସାୟୀଙ୍କ ସହ ଶତ୍ରୁତା ଥିବା ଅନୁମାନ କରାଯାଉଛି

Advertisment

ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ସିସିଟିଭି ଯାଞ୍ଚ କରୁଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତ ଧରା ପଡ଼ିବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Cuttack Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe