Advertisment

ପିଛା କଲା ପୁଲିସ୍‌, ବୋମା ପକାଇଲେ ଗୋ-ଚାଲାଣକାରୀ

ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ମାତ୍ର ପୁଲିସ୍‌ ଫାଙ୍କା ଗୁଳି ଚଳାଇଲା।

Cattel

Cattel

Advertisment

ଗୋ-ଚାଲାଣକାରୀଙ୍କୁ ପିଛା କରିବା ବେଳେ ହେଲା ମୁହାଁମୁହିଁ ସ୍ଥିତି। ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ମାତ୍ର ପୁଲିସ୍‌ ଫାଙ୍କା ଗୁଳି ଚଳାଇଲା। ଏଥିସହ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। ଏପରି ଏକ ହାଇଡ୍ରାମା ସିନ୍‌ ଗତ ରାତିରେ କଟକ ଜିଲ୍ଲା ବାଙ୍କୀ ଟି- ବ୍ରିଜ୍ ପାଖରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ କଟକ ଜିଲ୍ଲା ତିଗିରିଆକୁ ଗୋରୁ ଚାଲାଣ ହେଉଥିବା ସୂଚନା ପାଇଥିଲା ପୁଲିସ। ଏହାପରେ ପୂର୍ବ ଯୋଜନା ମୁତାବକ ବାଟରେ ଛପି ରହିଥିବା ପୁଲିସ୍‌ ତାଙ୍କ ପିଛା କରିଥିଲା।

ଫଲରେ ବାଙ୍କୀ ଟି- ବ୍ରିଜ୍ ପାଖରେ ପୁଲିସ୍‌ ଓ ଗୋ-ଚାଲାଣକାରୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରୁ ଖସିଯିବାରୁ ଗୋ- ଚାଲାଣକାରୀମାନେ ବୋମା ଫିଙ୍ଗିଥିବା ବେଳେ ପୁଲିସ୍‌ ଫାଙ୍କା ଗୁଳିଚାଳନା କରିଥିଲା। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

Advertisment

ଏହାର ସୁଯୋଗରେ କିଛି ଗୋଚାଳାଣକାରୀ ଚମ୍ପଟ୍ ମାରିଥିବା ବେଳେ ପୁଲିସ୍‌ ୨ ଜଣଙ୍କୁ କାବୁ କରିଛି। ଏଥିସହ ଗାଡ଼ିକୁ ଜବତ କରି ୨୬ ଗୋରୁଙ୍କୁ ଉଦ୍ଧାର କରିଛି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe