Advertisment

ଜଣେ ଝିଅକୁ ଭଲ ପାଉଥିଲେ ଦୁଇ ସାଙ୍ଗ, ଜଣେ ମାରିଦେଲା ଆରକୁ

ବେଦାନ୍ତ ଏବଂ ସ୍ୱପ୍ନିଳ ଗୋଟିଏ ଝିଅକୁ ଭଲପାଉଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।

ଅଦ୍ୟତନ ହୋଇଛି
Arrested Accused Vedant

Arrested Accused Vedant

Advertisment

ପ୍ରେମ ପାଇଁ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ। ଗୋଟିଏ ଝିଅକୁ ଦୁଇ ଜଣ ସାଙ୍ଗ ଭଲ ପାଇବାର ଏକ କରୁଣ ପରିଣାମ ସାମ୍ନାକୁ ଆସିଛି। ସାଙ୍ଗକୁ ଛୁରୀ ଭୁସି ହତ୍ୟା କରିବା ପରେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ନେଇ ଥାନାରେ ପହଞ୍ଚିଛି ଆଉ ଜଣେ ସାଙ୍ଗ। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ। 

Advertisment

ଶନିବାର ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପରେ ସହର ଟିକେ ଶାନ୍ତ ପଡ଼ିଥାଏ। ଭୋଅର ୪ଟା ବାଜିଥାଏ, ପୁଲିସ କର୍ମଚାରୀମାନେ ମ୍ୟାଚ୍ ଦାୟିତ୍ୱ ତୁଲାଇ ଥାନାରେ ପହଞ୍ଚିଥାନ୍ତି। ଏହି ସମୟରେ ହଠାତ୍ ଜଣେ ୧୮ ବର୍ଷ ବୟସ୍କ ଯୁବକ ଯାଇ ଥାନାରେ ପହଞ୍ଚନ୍ତି। ଆଉ କୁହନ୍ତି, ‘ମୋ କାର୍ ପାର୍କିଂ କରିଦେଇଛି, ଏଥିରେ ଏକ ଡେଡ୍ ବଡି ଅଛି।’ ଉକ୍ତ ଯୁବକଙ୍କ ରକ୍ତଭିଜା ଶରୀରକୁ ଦେଖି ଆଚମ୍ବିତ ହୋଇଯାଆନ୍ତି ପୁଲିସ। କାର୍ ପାଖରେ ଯାଇ ଦେଖନ୍ତି ତ, ଏଥିରେ ଏକ ମୃତଦେହ ପଡ଼ିଛି।

ପୁଲିସର କହିବା ଅନୁସାରେ, ମୃତଦେହ ଥାନାକୁ ନେଇ ଆସିଥିବା ଯୁବକ ବେଦାନ୍ତ (୧୮) ହେଉଛନ୍ତି ଅଭିଯୁକ୍ତ। ସେ ତାଙ୍କ ସାଙ୍ଗ ସ୍ୱପ୍ନିଳ (୨୨)ଙ୍କୁ ହତ୍ୟା କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ପୁଲିସ କହିଛି ଯେ, ବେଦାନ୍ତ ଏବଂ ସ୍ୱପ୍ନିଳ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ବେଦାନ୍ତ, ସ୍ୱପ୍ନିଳକୁ ବୁଲିଯିବାକୁ ବିଶ୍ୱକର୍ମା ବ୍ରିଜ୍ ନିକଟକୁ ଡାକିଥିଲା। ସ୍ୱପ୍ନିଳ ଓ ବେଦାନ୍ତ ମିଶି କାର୍ ଯୋଗେ ସେଠାକୁ ଯାଇଥିଲେ। ପୋଲ ଉପରେ ଗାଡ଼ି ଛିଡ଼ା କରି ଉଭୟ ଯୁକ୍ତିତର୍କ ଲାଗିଥିଲେ। ସ୍ୱପ୍ନିଳ ବେଦାନ୍ତଙ୍କୁ ଉକ୍ତ ଝିଅ ସହ କଥା ନହେବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱପ୍ନିଳଙ୍କୁ ଛୁରୀରେ ଆକ୍ରମଣ କରିଥିଲା ବେଦାନ୍ତ। ବାରମ୍ବାର ଛୁରୀ ମାଡ଼ କରି ହତ୍ୟା କରିବା ପରେ କାରରେ ମୃତଦେହ ରଖିଥିଲା। 

ଏହାପରେ ଭୋଅର ସମୟରେ ସୋଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ପୁଲିସ ବେଦାନ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ସ୍ୱପ୍ନିଳଙ୍କ ବାପାମାଆଙ୍କୁ ଖବର ଦେଇ ମୃତଦେହର ପରିଚୟ ସ୍ପଷ୍ଟ କରିଛି। 

ବେଦାନ୍ତ ଦେଇଥିବା ବୟାନ ସତ କି ମିଛ ଜାଣିବା ପାଇଁ ସେମାନଙ୍କ ଅନ୍ୟ ସାଙ୍ଗଙ୍କୁ ପଚରା ଉଚରା କରୁଛି ପୁଲିସ। ପୁଲିସ କହିଛି ଯେ, ବେଦାନ୍ତର ବାପା ନ୍ୟୁଜିଲାଣ୍ଡର ଜଣେ ବ୍ୟବସାୟୀ। ସେ ଅହମ୍ମଦାବାଦର ସିଟି ୟୁନିଭରସିଟିରେ ଯୁକ୍ତ ଦୁଇ କମର୍ସ ଛାତ୍ର। 

Crime Crime Story Murder For Love Friend Murdered Friend Tri Angle Love Ahmedabad Murder Love Matter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe