Advertisment

ଟ୍ରକ୍‌ ଡାଲା ଉପରେ କାଜୁ ବସ୍ତା, ତଳେ ଗଞ୍ଜେଇ

ପୁଲିସ୍‌ କର୍ମଚାରୀମାନେ ଚଢ଼ି ଟ୍ରକ୍‌ ଡାଲା ଯାଞ୍ଚ କରିଥିଲେ। ସେହି ସମୟରେ କାଜୁ ବସ୍ତା ତଳେ ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଗାଡିରୁ ୧୦ କ୍ୱିଣ୍ଟାଲ୍‌ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍‌।

author-image
Manoranjan Sial
Boudh

Boudh

ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। କାଜୁ ଟ୍ରକ୍‌ରେ ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ବେଳା ଖରାପ। ଯାଞ୍ଚ ବେଳେ ଧରା ପଡ଼ିଗଲା ସବୁ ଚାଲ୍‌। ବୌଦ୍ଧ ପୁଲିସ୍‌ କାଜୁ ଟ୍ରକ୍‌ ଯାଞ୍ଚ କରି ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

Advertisment

ଗଞ୍ଜେଇ ଚାଲାଣ ନେଇ ଖବର ପାଇଥିଲେ ବୌଦ୍ଧ ଏସ୍‌ପି। ତେଣୁ ଆଜି ସକାଳେ ପୁଲିସ୍‌ ମହାନଦୀ ବ୍ରିଜ୍‌ ଛକରେ ଗାଡ଼ି ଯାଞ୍ଚ କରିଥିଲା। ଗାଡ଼ି ଯାଞ୍ଚ ବେଳେ ସୋନପୁର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌କୁ ଅଟକାଇଥିଲା ପୁଲିସ୍‌। ଯାଞ୍ଚ ବେଳେ କାଜୁ ଟ୍ରକ୍‌ ବୋଲି ଡ୍ରାଇଭର ଓ ହେଲ୍‌ପର କହିଥିଲେ। ଏପରିକି ପୁଲିସ୍‌ କର୍ମଚାରୀଙ୍କୁ କାଜୁ କାଢ଼ି ଦେଖାଇଥିଲେ। କିନ୍ତୁ ସେଥିରେ ପୁଲିସ୍‌ର ସନ୍ଦେହୀ ମନ ସନ୍ତୁଷ୍ଟ ହୋଇନଥିଲା।

ପୁଲିସ୍‌ କର୍ମଚାରୀମାନେ ଚଢ଼ି ଟ୍ରକ୍‌ ଡାଲା ଯାଞ୍ଚ କରିଥିଲେ। ସେହି ସମୟରେ କାଜୁ ବସ୍ତା ତଳେ ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଗାଡିରୁ ୧୦ କ୍ୱିଣ୍ଟାଲ୍‌ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍‌। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୨ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍‌ ମହାରାଷ୍ଟ୍ର ପରଡ଼ି ଥାନା ଅଞ୍ଚଳର ଆଜାଦ ସରଫରାଜ୍ ଖାନ ଓ ମିଲନ୍‌ ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି ପୁଲିସ୍‌।

Advertisment

ଜବତ ହୋଇଥିବା ଗଞ୍ଜେଇ ମହାରାଷ୍ଟ୍ର ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ଗଞ୍ଜେଇ କେଉଁଠି ଲୋଡ୍‌ ହୋଇଥିଲା ଓ କିଏ ନେଉଥିଲେ, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି। ଏହା ପଛରେ ଏକ ରାକେଟ୍‌ କାମ କରୁଥିବା ଜଣାପଡ଼ିଛି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh