Advertisment

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା ଓ ଗାଡି ଆସବାବପତ୍ର ରହିଛି।

Advertisment

ଗତକାଲି ଭିଜିଲାନ୍ସ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ ସମେତ ଭୁବନେଶ୍ୱର ଓ ବୌଦ୍ଧରେ ଚଢାଉ କରିଥିଲା। ରେଡ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ‍ଫ୍ଲାଟ ଓ ଘର ରହିଛି। ଭୁବନେଶ୍ୱରର ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ବସନ୍ତ ଏକାଧିକ ଫ୍ଲାଟ୍ କିଣିଛନ୍ତି କିମ୍ବା କିଣିବା ପାଇଁ ଆଡଭାନ୍ସ ଦେଇଛନ୍ତି।

ବସନ୍ତଙ୍କର ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗ୍ ନେଚରରେ ୩ ହଜାର ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍ ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ,ଶୈଳଶ୍ରୀବିହାରରେ ଥିବା ୱେଷ୍ଟ ଏଣ୍ଡ୍ ଆପାର୍ଟମେଣ୍ଟରେ ଗୋଟିଏ ୨ BHK ଫ୍ଲାଟ ରହିଛି । କଳ୍ପନା ଛକରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ପ୍ରାୟ କୋଟିଏ ଟଙ୍କାର ଗୋଟିଏ ୩ BHK ଫ୍ଲାଟ୍ ବି  ତାଙ୍କର ରହିଛି।

Advertisment

ସେହିପରି କଳାରାହଙ୍ଗ ଅଞ୍ଚଳରେ Z-1 ଇଷ୍ଟେଟରେ ୫ BHK ଫ୍ଲାଟ୍ ପାଇଁ ବସନ୍ତ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା ଦେଇଥିଲେ। ଼ବେଙ୍ଗାଲୁରୁରେ ମଧ୍ୟ ବସନ୍ତଙ୍କର ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।

ଭୁବନେଶ୍ୱର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ICICI ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ SBIରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନସ୍ୟୁରାନ୍ସ ଓ ବଣ୍ଡ୍ ଜମାକୁ ଠାବ କରାଯାଇଛି। ଏନଏଚଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ଲକ୍ଷ ୧୬ହଜାର ୭୦୦ ଟଙ୍କା, ୬୦୦ ଗ୍ରାମର ସୁନା ଗହଣା ୩୧୮ ଗ୍ରାମର ରୁପା, ୯ ଲକ୍ଷଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Vigilance Raid Boudh