Advertisment

ବିନା ଟଙ୍କାରେ ସୁଇମିଂ ପୁଲ୍‌ରେ ଗାଧେଇବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନାବାଳକ ଜଣଙ୍କ ପ୍ରଥମେ ସୁଇମିଂ ପୁଲରେ ଗାଧେଇଥିଲେ। କିନ୍ତୁ ଏଥିପାଇଁ ଆବଶ୍ୟକ ଟଙ୍କା ନ ଦେଇ ପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

UP

UP

Advertisment

ଉତ୍ତର ପ୍ରଦେଶର ମୋରଦାବାଦ ଅନ୍ତର୍ଗତ ମୁଣ୍ଡା ପାଣ୍ଡେ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୧୦ ବର୍ଷୀୟ ପିଲାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।

Advertisment

ନାବାଳକ ଜଣଙ୍କ ପ୍ରଥମେ ସୁଇମିଂ ପୁଲରେ ଗାଧେଇଥିଲେ। କିନ୍ତୁ ଏଥିପାଇଁ ଆବଶ୍ୟକ ଟଙ୍କା ନ ଦେଇ ପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଗୁରୁବାର ନିକଟସ୍ଥ ଆଖୁ କିଆରିରୁ ତାଙ୍କ ମୃତଦେହକୁ ଜବତ କରିଛି।

ତଦନ୍ତ ବେଳେ ପୁଲିସ୍‌ ଘଟଣା ପଛର କାରଣ ଜାଣିବାକୁ ପାଇଛି। ଏହାପରେ ସୁଇମିଂ ପୁଲର ମାଲିକ ଓ ତାଙ୍କ ପୁଅଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

Advertisment

୫ମ ଶ୍ରେଣୀ ପଢ଼ୁଥିବା ଏହି ଛାତ୍ର ଜଣଙ୍କ ହେଲେ ସୀମା ଦେବୀଙ୍କ ପୁଅ। ୨୦୨୨ରେ ସୀମାଙ୍କ ସ୍ୱାମୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ସୀମା ଶ୍ରମିକ ଭାବେ କାମ କରି ନିଜର ୩ ପିଲାଙ୍କ କଥା ବୁଝୁଥିଲେ। ଏବେ ସେ ନିଜର ଗୋଟିଏ ପୁଅଙ୍କୁ ହରାଇଛନ୍ତି।

ବୁଧବାର ନାବାଳକ ଜଣଙ୍କ ନିଖୋଜ ହୋଇଥିବା ପରିବାର ଲୋକ ଜାଣିବା ପରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲା। ଗୁରୁବାର ପୁଲିସ୍‌ ଆଖୁ କିଆରିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଥିଲା। ଆଖୁ କିଆରିରେ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ଏସଏସ୍‌ପି ସତପାଲ ସିଂହ ଓ ଡିଆଇଜି ମୁନିରାଜ ଘଟଣାରେ ପହଞ୍ଚିଥିଲେ।

ପୁଲିସ୍‌ କହିଛି ଯେ ଗାଁରେ ଗୋଟିଏ ସୁଇମିଂ ପୁଲ୍‌ ରହିଛି। ଏହାର ମାଲିକ ଏଠାରେ ଘଣ୍ଟାଏ ଗାଧେଇବା ପାଇଁ ପିଲାମାନଙ୍କ ଠାରୁ ୧୦ ଟଙ୍କା ନିଅନ୍ତି। ତେବେ ଘଟଣା ଦିନ ନାବାଳିକଙ୍କ ସମେତ ଆଉ କିଛି ପିଲା ସୁଇମିଂ ପୁଲ୍‌ରେ ଗାଧେଇଥିଲେ ହେଁ ଟଙ୍କା ଦେବାକୁ ଅକ୍ଷମ ହୋଇଥିଲେ।

ତେଣୁ ସେମାନଙ୍କୁ ମାଡ଼ ମରାଯାଇଥିଲା। ପୀଡ଼ିତଙ୍କୁ ପ୍ରବଳ ପିଟା ଯିବା ସହ ତାଙ୍କ ତଣ୍ଟି ଚିପି ଦିଆଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ନିକଟସ୍ଥ ଆଖୁ କିଆରିରେ ଫିଙ୍ଗି ଦିଆଯାଇଥିଲା। 

ଘଟଣା ପର ଠାରୁ ସୁଇମିଂ ପୁଲ ମାଲିକ ରାମ କୁମାର ଓ ତାଙ୍କ ପୁଅ ବୀରପଲ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe