Advertisment

ନାବାଳକଙ୍କୁ ହଷ୍ଟେଲରେ ଉଲଗ୍ନ କରି ଦେଲେ ଭୟଙ୍କର ନିର୍ଯାତନା

ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାଡ଼ ମରାଯିବା ସହ ଉଲଗ୍ନ କରି ନିର୍ଯାତନା ଦିଆଯାଇଛି।

UP

UP

Advertisment

“ଭାଇ ମୋତେ ଛାଡ଼ି ଦିଏ। ମୋ ପାଖରେ ଟଙ୍କା ନାହିଁ। ମୁଁ ଟଙ୍କା ପାଇଲେ ଦେଇଦେବି।” ଜଣେ ନାବାଳକ ହାତ ଯୋଡ଼ି ଏପରି ନିବେଦନ କରୁଥିଲେ ହେଁ ଆକ୍ରମଣକାରୀଙ୍କ ଉପରେ କିଛି ବି ଫରକ ପଡ଼ି ନଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ମାଡ଼ ମାରି ଚାଲିଥିଲେ।

Advertisment

ଏପରି ଲୋମଟାଙ୍କୁରା ଓ ଭୟଙ୍କର ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି। ଏଠାରେ ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାଡ଼ ମରାଯିବା ସହ ଉଲଗ୍ନ କରି ନିର୍ଯାତନା ଦିଆଯାଇଛି। ଟଙ୍କା ଧାରକୁ ନେଇ କିଛି ଯୁବକ ମିଳିତ ଭାବେ ନାବାଳିକଙ୍କୁ ଦଣ୍ଡ ଦେଇଛନ୍ତି।

ଅଭିଯୁକ୍ତମାନେ ନିଜର ନିଷ୍ଠୁର କାମକୁ ମୋବାଇଲରେ ରେକର୍ଡିଂ କରିବା ସହ ଏହାକୁ ସୋଶାଲ ମିଡିଆରେ ଛାଡ଼ିଛନ୍ତି। ସେମାନେ ନାବାଳକଙ୍କୁ ଚାପୁଡ଼ା, ଗୋଇଠା ଓ ତଳେ ପକାଇ ଘୋଷାଡ଼ି ନେବା ବେଳର ଦୃଶ୍ୟ ଭିଡିଓରେ ରହିଛି। ଏପରି କି ନାବଳକର ଛୁଟିକୁ ମଧ୍ୟ ଜଣେ ଅଭିଯୁକ୍ତ ପୋଡ଼ି ଦେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। 

Advertisment

ନିଷ୍ଠୁର ନିର୍ଯାତନା ଏଠାରେ ସରି ନଥିଲା। ଅଭିଯୁକ୍ତ ଯୁବକମାନେ ନାବାଳକର ପେଣ୍ଟ-ଶାର୍ଟ ଖୋଲି ଦେଇଥିଲେ। ଏହାପରେ ତାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ। ତାଙ୍କ ପଛ ପଟେ ଗୋଟିଏ ଇଟା ମଧ୍ୟ ପୂରାଇବାକୁ ଚେଷ୍ଟା କରିଥିଲେ।

ନାବାଳକ ଜଣଙ୍କ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଗୋଟିଏ ଅନାଲଇନ ଗେମ ପାଇଁ ଧାର ଆଣିଥିଲେ। କିନ୍ତୁ ଠିକଣା ସମୟରେ ସେ ଟଙ୍କା ନ ଦେବାକୁ ତାଙ୍କୁ ଏପରି ନିର୍ଯାତନା ଦିଆଯାଇଛି। ଚାକିରି ପାଇବା ପରେ ଧାର ଟଙ୍କା ଫେରାଇ ଦେବେ ବୋଲି ନାବାଳକ ଜଣଙ୍କ ଯେତେ କହିଥିଲେ ହେଁ ଆକ୍ରମଣକାରୀମାନେ କିଛି ବି ବୁଝି ନଥିଲେ। ସେମାନେ ତାଙ୍କୁ ମାଡ଼ ମାରି ଚାଲିଥିଲେ।

ଅଭିଯୁକ୍ତ ଓ ପୀଡ଼ିତ ଗୋଟିଏ ପ୍ରବେଶିକା କୋଚିଂ ଇନଷ୍ଟିଚ୍ୟୁସନର। ସେମାନେ କାକାଡେଓ ସ୍ଥିତ ଗୋଟିଏ ହଷ୍ଟେଲରେ ଏକାଠି ରୁହନ୍ତି। ଉକ୍ତ ହଷ୍ଟେଲରେ ଏପ୍ରିଲ ୨୦ରେ ଏପରି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।

ବେଶ କିଛି ଘଣ୍ଟାର ନିର୍ଯାତନା ଦିଆଯିବା ପରେ ନାବଳକଙ୍କୁ ସେମାନେ ଧମକ ଦେଇ ଛାଡ଼ିଥିଲେ। ଯଦି ସେ ୨ ଦିନ ଭିତରେ ଟଙ୍କା ନ ଦେବେ, ତା’ହେଲେ ସେମାନେ ଭିଡିଓକୁ ଭାଇରାଲ କରିଦେବେ ବୋଲି କହିଥିଲେ। ନାବାଳକ ଜଣଙ୍କ ଦୁଇ ଦିନ ଭିତରେ ଟଙ୍କା ଦେଇ ନ ପାରିବାରୁ ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରି ଦେଇଥିଲେ।

ପୁଲିସ୍‌କୁ ଭିଡିଓକୁ ଆଧାର କରି ଏଥିରେ ଥିବା ୬ ଜଣଙ୍କୁ ଗିରଫ କରିଛି। ଗିରଫ ୬ ଯୁବକ ହେଲେ ତନୟ ଚୌରାସିୟା, ଅଭିଷେକ ବର୍ମା, ଯୋଗେଶ ବିଶ୍ୱକର୍ମ, କୁମାର ଯାଦବ, ହର ଗୋବିନ୍ଦ ତିୱାରୀ ଓ ଶିବ ତ୍ରିପାଠୀ। ଏମାନେ ସମସ୍ତେ କାକାଡେଓରେ ରୁହନ୍ତି। ସେମାନେ ନିଜର ଅପରାଧକୁ ମଧ୍ୟ ସ୍ୱୀକାର କରିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe