Advertisment

ହଇରାଣ କରୁଥିଲେ ଦୁଇ ଜଣ ଛାତ୍ରୀ, ଜୀବନ ହାରିଲେ ୧୪ ବର୍ଷୀୟ ଛାତ୍ର

ଆତ୍ମହତ୍ୟା କରିଥିବା ଛାତ୍ର ଓ ଅଭିଯୁକ୍ତ ଦୁଇ ଜଣ ଛାତ୍ରୀ ହିସାରର ଗୋଟିଏ ଘରୋଇ ସ୍କୁଲରେ ପାଠ ପଢ଼ୁଥିଲେ।

Suicide

Suicide

Advertisment

ପୁଅମାନେ ଝିଅମାନଙ୍କୁ ହଇରାଣ ହରକତ କରୁଥିବା ଆପଣ ଶୁଣିଥିବେ। କିନ୍ତୁ ହରିଆଣାର ହିସରାରେ ଓଲଟା ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ଛାତ୍ରଙ୍କୁ ତାଙ୍କ ସ୍କୁଲର ଦୁଇ ଜଣ ଛାତ୍ରୀ ବାରମ୍ବାର ହଇରାଣ କରୁଥିଲେ।

Advertisment

ଏଥିପାଇଁ ଛାତ୍ର ଜଣଙ୍କ ହତାଶ ଓ ବିରକ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ର ଓ ଅଭିଯୁକ୍ତ ଦୁଇ ଜଣ ଛାତ୍ରୀ ହିସାରର ଗୋଟିଏ ଘରୋଇ ସ୍କୁଲରେ ପାଠ ପଢ଼ୁଥିଲେ।

ଛାତ୍ର ଜଣଙ୍କ ବେକରେ ଦଉଡ଼ି ବାନ୍ଧି ଶନିବାର ଜୀବନ ହାରିଥିବା ବେଳେ ଆଜି ପୂରା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଦୁଇ ଜଣ ଛାତ୍ରୀ ତାଙ୍କ ପୁଅକୁ ହଇରାଣ ହରକତ କରୁଥିଲେ। ବାରମ୍ବାର ସେମାନେ ଏପରି କରୁଥିବାରୁ ଛାତ୍ର ଜଣ ମାନସିକ ଚାପରେ ରହୁଥିଲେ।

Advertisment

ଏନେଇ ସେମାନେ ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ ଜଣାଇଥିଲେ। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନଥିଲା। ଶେଷରେ ଛାତ୍ର ଜଣଙ୍କ ଶନିବାର ତାଙ୍କ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ।

ଘଟଣା ବେଳେ ପିଲାଟିର ମା’ ଜିନ୍ଦରେ ଥିଲେ। ପ୍ରଥମେ ପିଲାଟି ଜୁଲନ୍ତା ଅବସ୍ଥାରେ ଥିବା ତାଙ୍କ ଜେଜେବାପା ଦେଖିଥିଲେ। ଏହାପରେ ପଡ଼ୋଶୀ ଓ ସମ୍ପର୍କୀୟଙ୍କୁ ସେ ଖବର ଦେଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି।

Suicide Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe