Advertisment

ଘର ତିଆରି ପାଇଁ ଚାହୁଁଥିଲେ ୨୩ ଲକ୍ଷ, ୯ ବର୍ଷର ପିଲାକୁ ଅପହରଣ ପରେ ହତ୍ୟା କଲେ

ଘର ପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେ ୯ ବର୍ଷୀୟ ଇବାଦଙ୍କୁ ଅପହରଣ କରିଥିଲେ। ଅପହରଣ ପରେ ସେ ଇବାଦଙ୍କ ପରିବାର ଲୋକଙ୍କୁ ୨୩ ଲକ୍ଷ ଟଙ୍କା ମଧ୍ୟ ମୁଣ୍ଡଜାମିନ ବାବଦରେ ମାଗିଥିଲେ।

Police

Police

Advertisment

ଟେଲର ଭାବେ କାମ କରୁଥିଲେ। କିନ୍ତୁ ନିଜ ପାଇଁ ଗୋଟିଏ ବଡ଼ ଘର କରିବାକୁ ଲକ୍ଷ୍ୟ ରଖିଥିଲେ। ଘର କରିବା ନିଶା ତାଙ୍କୁ ଏମିତି ଘାରିଥିଲା ଯେ ଶେଷରେ ସେ ଜଣେ ୯ ବର୍ଷର ପିଲାକୁ ଅପହରଣ କରିବା ପରେ ହତ୍ୟା କରିଛନ୍ତି। ଅପହରଣ ପରେ ସେ ପିଲାଟିର ବାପାଙ୍କୁ ଫୋନ କରି ୨୩ ଲକ୍ଷ ଟଙ୍କା ମାଗିଥିଲେ।

Advertisment

ହେଲେ ପରିବାର ଲୋକ କିଛି କରିବା ପୂର୍ବରୁ ଅପହରଣକାରୀ ପିଲାଟିକୁ ହତ୍ୟା କରି ଗୋଟିଏ ଅଖାରେ ଭର୍ତ୍ତି କରି ଦେଇଥିଲେ। ମୃତଦେହ ଥିବା ଅଖାକୁ ନିଜ ଘର ପଛ ପଟ ବଗିଚାରେ ଲୁଚାଇ ଦେଇଥିଲେ।

ମହାରାଷ୍ଟ୍ରର ଥାନେରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ରବିବାର ସନ୍ଧ୍ୟାରେ ୯ ବର୍ଷର ପିଲାଟିଏ ସ୍ଥାନୀୟ ମସଜିଦକୁ ପ୍ରାର୍ଥନା କରିବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଟେଲର ଅପହରଣ କରିବା ସହ ହତ୍ୟା କରିଛନ୍ତି।

Advertisment

ଏହି ଭୟଙ୍କର ହତ୍ୟାକାଣ୍ଡ ଥାନେର ବଦଲାପୁର ସ୍ଥିତ ଗୋରେଗାଓଁ ଗାଁରେ ଘଟିଛି। ମୁଖ୍ୟ ଅଭିଯୁକ୍ତ ସଲମାନ ମୌଲବୀ ଗୋଟିଏ ନୂଆ ଘର ତିଆରି କରିବାକୁ ଚାହୁଁଥିଲେ। ସେ ଉକ୍ତ ଗାଁରେ ହିଁ ରୁହନ୍ତି।

ଘର ପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେ ୯ ବର୍ଷୀୟ ଇବାଦଙ୍କୁ ଅପହରଣ କରିଥିଲେ। ଅପହରଣ ପରେ ସେ ଇବାଦଙ୍କ ପରିବାର ଲୋକଙ୍କୁ ୨୩ ଲକ୍ଷ ଟଙ୍କା ମଧ୍ୟ ମୁଣ୍ଡଜାମିନ ବାବଦରେ ମାଗିଥିଲେ।

ପୁଲିସ୍‌ କହିଛି ଯେ ରବିବାର ସନ୍ଧ୍ୟାରେ ଇବାଦ ମସଜିଦକୁ ପ୍ରାର୍ଥନା କରିବାକୁ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ଏଥିପାଇଁ ପରିବାର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଏତିକି ବେଳେ ଇବାଦଙ୍କ ବାପା ମୁଦ୍ଦସିରଙ୍କୁ ଅପହରଣ ସମ୍ପର୍କରେ ଗୋଟିଏ ଫୋନ କଲ ଆସିଥିଲା। ଫୋନ କରିଥିବା ସଲମାନ ୨୩ ଲକ୍ଷ ଟଙ୍କା ମାଗିଥିଲେ।

ମୁଦ୍ଦାସିର କିଛି କହିବା ପୂର୍ବରୁ ସେ ଫୋନ କାଟି ଦେଇଥିଲେ। ଫୋନ କଲ ପାଇବା ମାତ୍ରେ ପରିବାର ଲୋକ ପୁଲିସ୍‌ ପାଖରେ ପହଞ୍ଚିଥିଲେ। ପୁଲିସ୍‌ ଗୋଟିଏ ପଟେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଗାଁ ଲୋକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଏକଥା ଅଭିଯୁକ୍ତ ଜାଣିବା ପରେ ଭୟରେ ନିଜର ସିମ କାର୍ଡ ବଦଳାଇ ଦେଇଥିଲେ।

କିନ୍ତୁ ସୋମବାର ମଧ୍ୟାହ୍ନରେ ପୁଲିସ ଅଭିଯୁକ୍ତ ସଲମାନଙ୍କ ଲୋକେସନ ଟ୍ରାକ କରିବାକୁ ସକ୍ଷମ ହୋଇଥିଲା। ସଲମାନଙ୍କ ଘର ପାଖରେ ଖୋଜାଖୋଜି କରିବା ସମୟରେ ଗୋଟିଏ ଅଖା ଭିତରୁ ଇବାଦଙ୍କ ମୃତଦେହ ମିଳିଥିଲା। ଏହାକୁ ଦେଖି ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଥିଲେ।

ପୁଲିସ୍‌ ସଲମାନଙ୍କ ସହ ତାଙ୍କ ଭାଇ ସୌଫନ ମୌଲବୀଙ୍କୁ ମଧ୍ୟ ଗିରଫ କରିଛି। ସଲମାନ ଘଟଣାର ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ଆଉ କେହି ଏଥିରେ ସାମିଲ ଅଛନ୍ତି କି ନାହିଁ, ପୁଲିସ୍‌ ତା’ର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଘର ତିଆରି ପାଇଁ ସଲମାନ ଏତେ ବଡ଼ ଘଟଣା ଘଟାଇଥିବା ପୁଲିସ୍‌ କହିଛି।

Crime Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe