Advertisment

Kidnapped & Murdered: ବାପାଙ୍କ ଉପରେ ଥିବା ରାଗର ପ୍ରତିଶୋଧ ୫ ବର୍ଷର ପୁଅ ଠାରୁ ନେଲା ଡ୍ରାଇଭର: ଛୁରୀ ଭୁଷିଲା, ଇଟାରେ ଛେଚି ମାରିଲା

ଘଟଣା ପରେ ନିତୁ ଫେରାର ହୋଇଯାଇଥିବା ବେଳେ ତା’କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଛି। ଘଟଣାର ଦିନକ ପୂର୍ବରୁ ନିତୁଙ୍କୁ ତାଙ୍କ ମାଲିକ ତଥା ପିଲାଟିର ବାପା ଚାପୁଡ଼ା ମାରିବା ସହ ଗାଳି କରିଥିଲେ ବୋଲି ପୁଲିସ୍‌ କହିଛି।

Delhi

ମୃତକ (ଫାଇଲ ଫଟୋ)

Advertisment

ଜଣେ ୫ ବର୍ଷର ପିଲାକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପିଲାଟିର ବାପାଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏପରି କାଣ୍ଡ ଘଟାଇଛି। ସେ ପିଲାଟିକୁ ଅପହରଣ କରିବା ପରେ ଛୁରୀ ଭୁଷି ଓ ପଥରରେ ଛେଚି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା(Crime) କରିଛି।

Advertisment

ପିଲାଟିର ବାପାଙ୍କ ଠାରୁ ପ୍ରତିଶୋଧ ନେବାକୁ ପାଇଁ ସେ ଏପରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଦିଲ୍ଲୀ(Delhi)ର ନାରେଲା ଅଞ୍ଚଳରେ ଏପରି ଘଟଣା ଘଟିଛି। ୫ ବର୍ଷୀୟ ପିଲାର କ୍ଷତାକ୍ତ ମୃତଦେହ ଅଭିଯୁକ୍ତ ନିତୁର ଭଡ଼ା ଘର ଭିତରୁ ପୁଲିସ୍‌ ଜବତ କରିଛି। 

ଘଟଣା ପରେ ନିତୁ ଫେରାର ହୋଇଯାଇଥିବା ବେଳେ ତା’କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଛି। ଘଟଣାର ଦିନକ ପୂର୍ବରୁ ନିତୁଙ୍କୁ ତାଙ୍କ ମାଲିକ ତଥା ପିଲାଟିର ବାପା ଚାପୁଡ଼ା ମାରିବା ସହ ଗାଳି କରିଥିଲେ ବୋଲି ପୁଲିସ୍‌ କହିଛି। 

Advertisment

ଡିସିପି (ଆଉଟର ନର୍ଥ) ହରେଶ୍ୱର ସ୍ୱାମୀଙ୍କ କହିବା କଥା ଯେ ଜଣେ ପିଲାର ନିଖୋଜ ସଂକ୍ରାନ୍ତ ଖବର ମଙ୍ଗଳବାର ଦିନ ୩.୩୦ରେ ନାରେଲା ଶିଳ୍ପାଞ୍ଚଳ ପୁଲିସ୍‌ ପାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ପିଲାଟି ଘର ବାହାରେ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ଓ ପଡ଼ୋଶୀମାନେ ଖୋଜାଖୋଜି କରିବା ପରେ ପୁଲିସ୍‌ ପହଞ୍ଚିଥିଲା। ଖୋଜାଖୋଜି ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ନିତୁର ଭଡ଼ା ଘରୁ ପିଲାଟିର ମୃତଦେହ ମିଳିଥିଲା। 

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ପିଲାଟିର ବାପାଙ୍କ ପାଖରେ ୭ରୁ ୮ଟି ପରିବହନ ଗାଡ଼ି ରହିଛି। ଏହି ଗାଡ଼ିଗୁଡ଼ିକ ଚଳାଇବା ପାଇଁ ସେ ନିତୁ ଓ ୱାସିମ ନାମକ ଦୁଇ ଜଣ ଡ୍ରାଇଭରଙ୍କୁ ନିଯୁକ୍ତ କରିଥିଲେ। 

ସୋମବାର ସନ୍ଧ୍ୟାରେ ଉଭୟ ଡ୍ରାଇଭର ମଦ ପିଇବା ସହ ନିଶାରେ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ବେଳେ ନିତୁ ରାଗରେ ୱାସିମଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଖବର ମାଲିକଙ୍କ ପାଖରେ ପହଞ୍ଚିଥିଲା। ସେ ଏଥିରେ ହସ୍ତକ୍ଷେପ କରି ନିତୁଙ୍କୁ ୨ରୁ ୪ ଚାପୁଡ଼ା ମାରିଥିଲେ। ତାଙ୍କୁ ଗାଳି ଦେଇଥିଲେ।

ଏଥିରେ ରାଗି ଯାଇ ନିତୁ ଘଟଣା ସ୍ଥଳରୁ ଚାଲି ଯାଇଥିଲେ। କିନ୍ତୁ ମାଲିକଙ୍କ ଠାରୁ ପ୍ରତିଶୋଧ ନେବାକୁ ପଣ କରିଥିଲେ। ମଙ୍ଗଳବାର ଅପରାହ୍ନରେ ସେ ମାଲିକଙ୍କ ଘର ବାହାରେ ଖେଳୁଥିବା ତାଙ୍କ ୫ ବର୍ଷର ପୁଅକୁ ଅପହରଣ କରି ନିଜ ଭଡ଼ା ଘରକୁ ନେଇଯାଇଥିଲେ। ସେଠାରେ ଇଟା ଓ ଛୁରୀ ଦ୍ୱାରା ପିଲାଟିକୁ ହତ୍ୟା(Murder ) କରିଥିଲେ ବୋଲି ଡିସିପି କହିଛନ୍ତି। 

ଫେରାର ନିତୁଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଥିବା ବେଳେ ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି। ସେହିପରି ଟେକ୍ନିକାଲ ଓ ସ୍ଥାନୀୟ ସର୍ଭେଲାନ୍ସକୁ ମଧ୍ୟ ପୁଲିସ୍‌ ଆକ୍ଟିଭ କରିଛି। 

Murder Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe