Advertisment

ସ୍କୁଲକୁ ତିଳକ ଲଗାଇ ଆସିଥିବାରୁ ଛାତ୍ରଙ୍କୁ ମାଡ଼, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ

ଏକାଦଶ ଶ୍ରେଣୀରେ ପଢ଼ୁଥିବା ଶୁଭମ ରାଜପୁତ ନାମକ ଜଣେ ଛାତ୍ର ମଥାରେ ତଳିକ ଲଗାଇ କ୍ଲାସ କରିବାକୁ ଆସିଥିଲେ। ଏହାକୁ ବିରୋଧ କରି ମୁସଲିମ ସଂପ୍ରଦାୟର କିଛି ଛାତ୍ର ତାଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ।

Police

Police

Advertisment

ରାଜସ୍ଥାନର ଅଲୱାରରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମଥାରେ ତଳିକ ଲଗାଇ ସ୍କୁଲ ଆସିଥିବା ଜଣେ ହିନ୍ଦୁ ପିଲାକୁ କିଛି ମୁସଲିମ ଛାତ୍ର ମାଡ଼ ମାରିଛନ୍ତି। ଏହାକୁ ଦୁଇ ସଂପ୍ରଦାୟ ମଧ୍ୟରେ ମାରପିଟ ଦେଖିବାକୁ ମିଳିଛି। ଚୋମା ଗାଁରେ ଘଟଣା ଘଟିଥିବା ବେଳେ ଦୁଇ ଛାତ୍ର ଗୋଷ୍ଠୀର ବାପା ମା’ଙ୍କ ଭିତରେ ବି ସଂଘର୍ଷ ଘଟିଛି। 

Advertisment

ଏକାଦଶ ଶ୍ରେଣୀରେ ପଢ଼ୁଥିବା ଶୁଭମ ରାଜପୁତ ନାମକ ଜଣେ ଛାତ୍ର ମଥାରେ ତଳିକ ଲଗାଇ କ୍ଲାସ କରିବାକୁ ଆସିଥିଲେ। ଏହାକୁ ବିରୋଧ କରି ମୁସଲିମ ସଂପ୍ରଦାୟର କିଛି ଛାତ୍ର ତାଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ।

ଏହି ଘଟଣା ପରେ ହଠାତ୍‌ ସ୍କୁଲ ସାମ୍ନାରେ ଦୁଇ ସଂପ୍ରଦାୟର ପ୍ରାୟ ୫୦୦ ଲୋକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଘଟଣା ବିରୋଧରେ ଶୁଭମଙ୍କ ବାପା ମା’ ପୁଲିସ୍‌ରେ ଏଫଆଇଆର କରିଛନ୍ତି।

Advertisment

ଜୁଲାଇ ୨୫ରେ ପ୍ରଥମଥର ପାଇଁ ତଳିକ ଲଗାଇ ସ୍କୁଲ ଆସିଥିବା ହିନ୍ଦୁ ପିଲାଟିକୁ ମୁସଲିମ ଛାତ୍ରମାନେ ବିରୋଧ କରିଥିଲେ। ତେବେ ଏହାକୁ ବେଖାତିର କରି କିଛି ଅନେକ ହିନ୍ଦୁ ଛାତ୍ର ତଳିକ ଲଗାଇ ସ୍କୁଲରେ ବୁଲିଥିଲେ। ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁ ଓ ମୁସଲିମ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବାରୁ ପ୍ରିନ୍ସିପାଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

ଏହି ଘଟଣାର ଦିନକ ପରେ ଅର୍ଥାତ ଜୁଲାଇ ୨୭ରେ ଶୁଭମ ରାଜପୁତ ଓ କିଛି ମୁସଲିମ ଛାତ୍ରଙ୍କ ମଧ୍ୟରେ ତଳିକ ଲଗାଇବା ପ୍ରସଙ୍ଗକୁ ନେଇ ମାରପିଟ ହୋଇଥିଲା। ଶୁଭମ ସ୍କୁଲକୁ ତଳିକ ଲଗାଇ ଆସିଥିବାରୁ ୮ ଜଣ ମୁସଲିମ ପିଲା ତାଙ୍କୁ ଧମକ ଦେଇଥିଲେ। ତାଙ୍କୁ ତଳିକ ପୋଛିବାକୁ କହିବା ସହ ବେଖାତିର କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। 

ଏନେଇ ସେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ମୁସଲିମ ଛାତ୍ରମାନେ ତାଙ୍କୁ ମାଡ଼ ମାରିବା ସହ ବଳ ପୂର୍ବକ ତାଙ୍କ ମଥାରୁ ତଳିକ ପୋଛି ଦେଇଥିଲେ। ସେମାନେ ଶୁଭମ ଓ ତାଙ୍କ ପରିବାର ଲୋକଙ୍କୁ ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଗ୍ରହଣ କରିବାକୁ ମଧ୍ୟ କହିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ଶୁଭମଙ୍କ ବାପା ମା’ ସ୍କୁଲରେ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଧର୍ମ ନ ବଦଳାଇଲେ ସାଂଘାତିକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଧମକ ମିଳିଥିବା କହିଛନ୍ତି।

ପୁଲିସ୍‌ ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି। ସେହିପରି ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe