Advertisment

ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ!

ସେ ରାତି ଯେନତେନ କଟିଗଲା। ତା’ପର ଦିନ ପରିବାର ଲୋକ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ତିଲବତୀଙ୍କୁ ପାଇନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ତିଲବତୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
Crime

Crime

Advertisment

ପ୍ରେମିକ କ’ଣ ଏତେ ନୃଶଂସ ହୋଇପାରେ? ଦେଢ଼ ବର୍ଷର ପ୍ରମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରିଦେଲେ। ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲେ! ଏମିତି ଲୋମ ଟଙ୍କୁରା ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Advertisment

ପୂରା ଘଟଣା ଏମିତି। ରାଇଘର ଥାନା ବାଘବେଡ଼ା ଗାଁର ଲୁବୁ ଗଣ୍ଡଙ୍କ ୨୩ ବର୍ଷୀୟ ଝିଅ ତିଲବତୀ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ। ପତ୍ନୀ ଓ ୫ ଛୁଆ ଥାଇ ମଧ୍ୟ ତିଲବତୀଙ୍କୁ ଭଲ ପାଉଥିଲେ ଚନ୍ଦ୍ର। ଦେଢ଼ ବର୍ଷ ଧରି ଚାଲିଥିଲା ଏ ଚୋରା ପୀରତି। ହେଲେ ଝିଅ ପ୍ରେମ ସମ୍ପର୍କରେ କିଛି ଜାଣିପାରିନଥିଲେ ବାପା ଲୁବୁ ଗଣ୍ଡ। ତେବେ ଗତ ବୁଧବାର ସନ୍ଧ୍ୟା ବେଳେ କାହାକୁ କିଛି ନକହି ଘରୁ ବାହାରି ଆସିଥିଲେ ତିଲବତୀ। ସଞ୍ଜ ଯାଇ ରାତି ହେଲା। ହେଲେ ଘରକୁ ଫେରିଲେନି ଝିଅ। ବଢ଼ିଲା ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ତିଲବତୀଙ୍କ କୌଣସି ପତ୍ତା ପାଇନଥିଲେ।

ସେ ରାତି ଯେନତେନ କଟିଗଲା। ତା’ପର ଦିନ ପରିବାର ଲୋକ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ତିଲବତୀଙ୍କୁ ପାଇନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ତିଲବତୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ମୁରୁମଡିହି ଗାଁର ଚନ୍ଦ୍ରଙ୍କୁ ତିଲବତୀ ପ୍ରେମ କରୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଚନ୍ଦ୍ରଙ୍କ ଗାଁକୁ ଯାଇଥିଲେ। ତିଲବତୀଙ୍କ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ।

Advertisment

ତେବେ ତିଲବତୀଙ୍କୁ ହତ୍ୟା କରାଯାଇଥିବା ମୁରୁମଡିହି ଗାଁ ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ ଲୁବୁ ଗଣ୍ଡଙ୍କ ପରିବାର ଲୋକେ। ଏହା ପରେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସେମାନେ ତିଲବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତିଲବତୀଙ୍କୁ ମାରିବା ମୁରୁମଡିହି ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଶରୀରକୁ ଚପଡରେ ହାଣି ୩୧ ଖଣ୍ଡ କରିଥିଲେ। ତା’ପରେ ତା’ ଡ୍ରେସ୍‌କୁ ପୋଡ଼ି ଦେଇଥିଲେ। ସବା ଶେଷରେ ଖଣ୍ଡଖଣ୍ଡ କରିଥିବା ମୃତଦେହକୁ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଥିଲା।

ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବୟାନ୍ ଆଧାରରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରେ ମାଟି ତଳୁ ତିଲବତୀଙ୍କ ମୃତଦେହ ଜବତ କରିଛି। ମୃତଦେହ ୩୧ ଖଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯେଉଁ ସ୍ଥାନରେ ତିଲବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା ଓ ତାଙ୍କ ଡ୍ରେସ୍‌ ପୋଡ଼ା ଯାଇଥିଲା, ସେହି ସ୍ଥାନରେ ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଚଳାଇଛି। ଏହା ପ୍ରେମ ଜନିତ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ରାଇଘର ପୁଲିସ୍‌ ଏବେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Murder Crime Love Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe