Advertisment

ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ

ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।

author-image
Debadatta Aryashrestha
Symbolic Image

Symbolic Image

ବେଙ୍ଗାଲୁରୁର ଏକ ସର୍ଭିସ୍ ଆପାର୍ଟମେଣ୍ଟ ହୋଟେଲରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନିଜ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରେମିକକୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ସବୁଠାରୁ ବଡ଼ କଥା ହେଉଛି ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହ ପାଖରେ ଦୁଇ ଦିନ ବିତାଇଥିଲା ନରହନ୍ତା ପ୍ରେମିକ।

Advertisment

ସୂଚନା ଅନୁସାରେ ଆସାମର ଜଣେ ବ୍ଲଗର୍ ମାୟା ଗୋଗୋଇ ବେଙ୍ଗାଲୁରୁରେ ଆସି ନିଜ ଭଉଣୀ ଘରେ ରହୁଥିଲେ। ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ଅଭିଯୁକ୍ତ ଆରବ ହାନୋଇ ସହ ଗତ ଛଅ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ ବୋଲି ମାୟାଙ୍କ ଭଉଣୀ ପୁଲିସକୁ ଜଣାଇଛନ୍ତି। ଉଭୟ ସୋଶାଲ ମିଡିଆରେ ମିଶିବା ପରେ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ କ'ଣ ପାଇଁ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ହତ୍ୟା କଲା, ସେନେଇ ଅଧିକ ତଦନ୍ତ କରୁଛି ପୁଲିସ।

ପୁଲିସ କହିବା ଅନୁସାରେ ଅଭିଯୁକ୍ତ ପ୍ରେମିକ ଆରବ ହାନୋଇ କିଛିଦିନ ପୂର୍ବରୁ ବେଙ୍ଗାଲୁରୁର ଇନ୍ଦିରାନଗରସ୍ଥିତ ଏକ ଥ୍ରି-ଷ୍ଟାର ସର୍ଭିସ୍ ଆପାର୍ଟମେଣ୍ଟରେ ମାୟାଙ୍କୁ ହତ୍ୟା କରିଥିଲା। କେବଳ ଏତିକି ନୁହେଁ, ହତ୍ୟାକାରୀ ମୃତଦେହ ସହିତ ସେହି ଆପାର୍ଟମେଣ୍ଟରେ ଦୁଇ ଦିନ ବିତାଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ପ୍ରେମିକ ଏହି ହତ୍ୟାକାଣ୍ଡ ସମୟରେ ମଦ ନିଶାରେ ଥିଲା। ଏହାପରେ ସେ ଦୁଇଦିନ ଧରି ପ୍ରେମିକାଙ୍କ ମୃତଦେହ ପାଖରେ ବସି ସିଗାରେଟ ଟାଣିଥିଲା। ଏହାପରେ ସେ ସେଠାରୁ ଖସି ଯାଇ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ଦୁଇଟି ସ୍ପେଶାଲ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କର୍ଣ୍ଣାଟକ ପୁଲିସ।

Advertisment
Boyfriend Murdered Lover Crime BF Arrested For Murder GF Bengaluru Murder Case Lover Murdered Girlfriend