Advertisment

ରାଜଧାନୀରେ ପ୍ରେମିକାକୁ ଛାଡ଼ି ପଳାଇଗଲା ପ୍ରେମିକ!

ଦୀପ୍ତିମୟ ମହାରଣା ଡେଲିଭରୀ ବୟ ଭାବେ କାମ କରୁଥିଲେ। ଆଜକୁ ବର୍ଷେ ତଳେ ଏକ ଜିନିଷ ଡେଲିଭରୀ ଦେବାକୁ ଯାଇ କିନ୍ନର ସଞ୍ଜନା ବେହେରାଙ୍କ ପ୍ରେମରେ ପଡିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Love

Love

ଅଜବ ଏ ପ୍ରେମ କାହାଣୀ। ପାର୍ସଲ୍‌ ଡେଲିଭରୀ କରିବାକୁ ଯାଇ କିନ୍ନରଙ୍କ ପ୍ରେମରେ ପଡ଼ିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସାଥୀରେ ଧରି ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ଆଉ ଏଠାରେ ଏକ ଠାକୁରାଣୀ ମନ୍ଦିରରେ ତାଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭଳି ରହୁଥିଲେ। ହେଲେ ଏବେ ଧୋକା ଦେଇ ପଳାଇ ଗଲେ ପ୍ରେମିକ ଡେଲିଭରୀ ବୟ୍‌। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା। ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗାଁର ଦୀପ୍ତିମୟ ମହାରଣା ଡେଲିଭରୀ ବୟ ଭାବେ କାମ କରୁଥିଲେ। ଆଜକୁ ବର୍ଷେ ତଳେ ଏକ ଜିନିଷ ଡେଲିଭରୀ ଦେବାକୁ ଯାଇ କିନ୍ନର ସଞ୍ଜନା ବେହେରାଙ୍କ ପ୍ରେମରେ ପଡିଥିଲେ। ଦୀପ୍ତିମୟଙ୍କ ମିଠା ମିଠା କଥାରେ ଫସି ଯାଇଥିଲେ ସଞ୍ଜନା। ଆଉ ତାଙ୍କୁ ଦେଇ ବସିଥିଲେ ଦିଲ୍‌। ପରେ ଉଭୟେ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ଉଭୟ ଲିଭ୍‌ ଇନରେ ରହୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ଠାକୁରାଣୀଙ୍କୁ ସାକ୍ଷୀ ରଖି ବିବାହ କରିଥିବା ଚର୍ଚ୍ଚା ହେଉଛି।

ଦୀପ୍ତିମୟ ଓ ସଞ୍ଜୟ ଏକାଠି ଗୋଟିଏ ରୁମ୍‌ରେ ରହୁଥିଲେ। ବେଶ୍‌ ହସଖୁସିରେ ଚାଲିଥିଲା ଉଭୟଙ୍କ ପ୍ରେମ ସମ୍ପର୍କର ଗାଡ଼ି। ଉଭୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ଏହାରି ଭିତରେ ସଞ୍ଜନା ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲେ ଦୀପ୍ତିମୟଙ୍କ ପରିବାର ଲୋକେ। ସେମାନେ ବିବାହକୁ ବିରୋଧ କରୁଥିଲେ। ଯାହାଫଳରେ ଦୀପ୍ତିମୟ ଅଡୁଆରେ ପଡ଼ି ଯାଇଥିଲେ। ତେବେ କିଛି ଦିନ ହେବ ଦୀପ୍ତିମୟ କେଉଁଆଡ଼େ ପଳାଇ ଯାଇଛନ୍ତି। ଆଉ ଗଲା ବେଳେ ସଞ୍ଜନାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

Advertisment

ଦୀପ୍ତିମୟଙ୍କୁ ନପାଇ ସଞ୍ଜନା କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଦାବି କରିଛନ୍ତି। ଏପରି ଅଜବ ପ୍ରେମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିନ୍ନର ମହାସଂଘ ସଭାପତି ମୀରା ପରିଡା। ସେ କହିଛନ୍ତି, କିନ୍ନରମାନଙ୍କୁ ପ୍ରେମ ଜାଲରେ ଫସାଇ ସ୍ୱାର୍ଥ ହାସଲ କରି ଛାଡି ପଳାଇ ଯାଉଛନ୍ତି। ଏପରିକି କିନ୍ନରଙ୍କୁ ସମାଜରେ ବାରମ୍ବାର ଧୋକା ଦିଆଯାଉଛି। ତେଣୁ ଏହି ଘଟଣାକୁ ଗୁରୁତରର ସହିତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Love Story Dhenkanal Kinnar