Advertisment

ନାବାଳିକାଙ୍କ ପ୍ରେମରେ ପାଗଳ ଥିଲେ ବିବାହିତ ଯୁବକ, ଦୁହେଁ ଝୁଲି ପଡ଼ିଲେ

ବିବାହିତ ହୋଇ ଘର ସଂସାର କରିବା ପରେ ବି ଜଣେ ନାବାଳିକାଙ୍କ ପ୍ରେମରେ ପାଗଳ ହେଲେ ଯୁବକ । ମାତ୍ର ପରିବାର ଆଗରେ ନିଜ ଭଲ ପାଇବା କଥା ଖୋଲିକି କହି ପାରିଲେନି ନି ପ୍ରେମିକା ବିନା ରହି ବି ପାରିଲେନି।

ଅଦ୍ୟତନ ହୋଇଛି
spot

spot

Advertisment

ବିବାହିତ ହୋଇ ଘର ସଂସାର କରିବା ପରେ ବି  ଜଣେ ନାବାଳିକାଙ୍କ ପ୍ରେମରେ ପାଗଳ ହେଲେ ଯୁବକ । ମାତ୍ର ପରିବାର ଆଗରେ ନିଜ ଭଲ ପାଇବା କଥା ଖୋଲିକି କହି ପାରିଲେନି କି ପ୍ରେମିକା ବିନା ରହି ବି ପାରିଲେନି। ଶେଷରେ ଚରମ ନିଷ୍ପତ୍ତି ପ୍ରେମୀ ଯୁଗଳ ନେଲେ । ଆଜି ସକାଳୁ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ଏପରି ଏକ ଘଟଣା ଆଜି ସକାଳେ କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁରରେ ଘଟିଛି।

Advertisment

ମୃତ ଯୁବକଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି। ମନୋଜ ୫ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ପୁଅ ଅଛି।

ମାତ୍ର କିଛି ମାସ ହେବ ସେ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଫୋନ୍‌ରେ କଥା ହେଉଥିବା ନାବାଳିକାଙ୍କ ପିତା କହିଛନ୍ତି। କିନ୍ତୁ ପୁଅ ବାପା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ପାଗା ଫାଣ୍ଠିରେ ଅଭିଯୋଗ କରିଥିଲେ।

ନାବାଳିକାଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ଉଭୟ ପୁଅ ଓ ଝିଅ ଘର ଲୋକଙ୍କ ସମେତ ପୁଲିସ୍‌ ବି ଘଟଣାସ୍ଥଳରେ ପହଞ୍ଚିଛି।

ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ନା ଆଉ କିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Suicide Cuttack Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe