Advertisment

ଯାହାକୁ ଭଲ ପାଉଥିଲା, ତା’ ତଣ୍ଟି ଚିପିଦେଲା ପ୍ରେମିକ; ଥାନାରେ କଲା ଆତ୍ମସମର୍ପଣ

ହଠାତ୍‌ ଘୋଟି ଆସିଲା କଳା ବାଦଲ, ଛିଣ୍ଡିଗଲା ସମ୍ପର୍କ। ଯିଏ ନିଜ ପ୍ରେମିକାକୁ ଦେଖିବାକୁ ଚାହିଁ ରହୁଥିଲା, ସିଏ ହିଁ ସାଜିଲା ତା’ର ହତ୍ୟାକାରୀ।

Nitu Nauri

Nitu Nauri

Advertisment

ପ୍ରାୟ ୩ ବର୍ଷ ହେଲା ହୋଇଥିଲା ମନ ଦିଆନିଆ। ଉଭୟ ପରସ୍ପରଙ୍କୁ ଖୁବ୍‌ ଭଲ ପାଉଥିବା ବେଳେ ଭବିଷ୍ୟତକୁ ନେଇ ବହୁ ସୁନେଲୀ ସ୍ୱପ୍ନ ଦେଖିଥିଲେ। ଏପରିକି ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରି ସାରା ଜୀବନ ସାଥୀ ହୋଇ ଚାଲିବେ ବୋଲି ବି କଥା ଦିଆନିଆ ହୋଇଥିଲେ। ମାତ୍ର ହଠାତ୍‌ ଘୋଟି ଆସିଲା କଳା ବାଦଲ, ଛିଣ୍ଡିଗଲା ସମ୍ପର୍କ। ଯିଏ ନିଜ ପ୍ରେମିକାକୁ ଦେଖିବାକୁ ଚାହିଁ ରହୁଥିଲା, ସିଏ ହିଁ ସାଜିଲା ତା’ର ହତ୍ୟାକାରୀ।

Advertisment

ଏପରି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ବାଙ୍କନାଳ ଗାଁ ନିକଟରେ ଘଟିଛି। ନିଜ ପ୍ରେମିକାକୁ ଜଙ୍ଗଲରେ ମାରି ପ୍ରେମିକ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ମୃତ ଯୁବତୀଜଣକ ହେଲେ ବିଷମକଟକ ସଦର ଥାନାର ନିତୁ ନାଉରୀ । ନିତୁଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ ଗୁଣୁପୁର ଥାନାର ମରାଠୀଗୁଡା ଗ୍ରାମର ମାନୁଆଲ ଶବରଙ୍କୁ ଗିରଫ କରିଛି। ନିତୁ ବିଷମକଟକ ବ୍ଲକର ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଥିଲେ। ମାନୁଆଲ ଶବର ବିଷମକଟକରେ ରହି ଇଞ୍ଜିନିୟରିଂ ପଢ଼ୁଥିଲେ। ପ୍ରାୟ ୩ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Advertisment

ଆଜି ସକାଳୁ ନିତୁ ନିଜ ଘରୁ ବାହାରି ଯାଇଥିଲେ। କିଛି ସମୟ ପରେ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ପୁଲିସ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଓ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ଏକ ଛୋଟ ଗଛରେ ବନ୍ଧାଯାଇଥିବା ରଶି ନିତୁଙ୍କ ବେକରେ ଗୁଡ଼ାଇ ହୋଇଥିବା ଦେଖିବାକୁ ପାଇଥିଲେ। ଏଥିସହ ନିତୁଙ୍କ ଶରୀର ମାଟିରେ ଲାଗି ରହିଥିଲ। ତେଣୁ ତାଙ୍କୁ ହତ୍ୟା ପରେ ଏପରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ କ’ଣ ପାଇଁ ନିଜ ପ୍ରେମିକାର ଜୀବନ ନେଲେ ମାନୁଆଲ ଶବର ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Murder Love Betrayal Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe