Advertisment

ଧୋକାବାଜ ପ୍ରେମିକ: ଏକାଧିକ ଥର ଛୁରୀ ଭୁଷି ପ୍ରେମିକାଙ୍କୁ ହତ୍ୟା!

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମ ବ୍ୟାପାରରୁ ଏପରି ହତ୍ୟାକାଣ୍ଡ ଘଟିଛି। ଯୁବତୀ ଜଣଙ୍କ ଭଲ ପାଉଥିବା ଯୁବକ ଜଣଙ୍କ ମଧ୍ୟ ଫେରାର ଅଛି। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା।

Mumbai

Mumbai

Advertisment

ସାମ୍ନାକୁ ଆସିଛି ଧୋକାବାଜ ପ୍ରେମିକର କଳା କାରନାମା। ନିଜର ୨୦ ବର୍ଷୀୟ ପ୍ରେମିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଛୁରୀ ଭୁଷି ସେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନଭି ମୁମ୍ବାଇ‌ର ଗୋଟିଏ ରେଳ ଷ୍ଟେସନ ନିକଟରେ ଥିବା ବୁଦା ମୂଳରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

Advertisment

ନଭି ମୁମ୍ବାଇ ଡିସିପି ବିବେକ ପାନସାରେ କହିଛନ୍ତି ଯେ ପୁଲିସ୍‌କୁ ରାତି ପ୍ରାୟ ୨ଟା ବେଳେ ଜଣେ ଯୁବତୀଙ୍କ ମୃତଦେହ ଉରାନ ରେଳ ଷ୍ଟେସନ ନିକଟସ୍ଥ ବୁଦା ମୂଳରେ ପଡ଼ିଥିବା ଖବର ମିଳିଥିଲା। ମୃତଦେହରେ ଏକାଧିକ ଥର ଛୁରୀ ଭୁଷିବାର ଦାଗ ରହିଛି। ତେଣୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ୁଛି।

ମୃତ ଯୁବତୀ ଜଣଙ୍କ ହେଲେ ୨୦ ବର୍ଷୀୟ ଯଶଶ୍ରୀ ସିନ୍ଦେ। ପରିବାର ଲୋକ ତାଙ୍କ ନିଖୋଜ ଅଭିଯୋଗ ପୁଲିସ୍‌ରେ ଦାଖଲ କରିଥିଲେ। ଯଶଶ୍ରୀଙ୍କ ଘର ଉରାନ ଅଞ୍ଚଳରେ। ସେ ଘର ଠାରୁ ୨୫ କିମି ଦୂର ବେଲାପୁରରେ କାମ କରୁଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମ ବ୍ୟାପାରରୁ ଏପରି ହତ୍ୟାକାଣ୍ଡ ଘଟିଛି। ଯୁବତୀ ଜଣଙ୍କ ଭଲ ପାଉଥିବା ଯୁବକ ଜଣଙ୍କ ମଧ୍ୟ ଫେରାର ଅଛି। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ତେଣୁ ପ୍ରେମିକ ଜଣଙ୍କ ହିଁ ଏପରି ହତ୍ୟାକାଣ୍ଡ ଘଟାଇଥିବା ବିବେକ ଆଶଙ୍କା କରିଛନ୍ତି।

Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe